Latest Odisha News

BREAKING NEWS

ବାହାଘର ଭୋଜିରୁ ୭ ବର୍ଷର ଝିଅ ଚୋରି ଅଭିଯୋଗରେ ଜଣେ ଅଟକ

ସୋନପୁର: ବାହାଘର ଭୋଜିରେ ଛୁଆ ଚୋରି । ପାଣି ପାଉଚ୍ ଦେବା ବାହାନାରେ ୭ ବର୍ଷର ନାବାଳିକାର ଝଅକୁ ଚୋରି କରି ନେବା ବେଳେ ଧରାପଡ଼ିଛି ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଚିନାଜୁରୀ ପଞ୍ଚାୟତ ସାନ ନୂଆପାଲି ଗାଁରେ ।

ସୂଚନା ଅନୁଯାୟୀ, ଶୁକ୍ରବାର ନୂଆପାଲି ଗାଁରେ ଏକ ବାହାଘର ଚାଲିଥିଲା । ବାହାଘରରେ ସାଧପାଲି ଗାଁର ସାମନ୍ତ ମହାଲିଙ୍ଗ ନାମକ ବ୍ୟକ୍ତି ପାଣି ପାଉଚ୍ ବାଣ୍ଟିବାର ବାହାନା କରିଥିଲେ । ସାନ ନୂଆପାଲି ଗାଁର ଭରତ ଦଣ୍ଡସେନାଙ୍କ ସାତ ବର୍ଷର ଝିଅ ଭୋଜି ଖାଇ ପାଣି ପିଇବାକୁ ଯାଉଥିବା ସମୟରେ ଅଭିଯୁକ୍ତ ସାମନ୍ତ ପାଣି ପାଉଚ୍ ଦେବାକୁ ଡାକିଥିଲା ।

ଆଉ ଭିଡ଼ର ସୁଯୋଗ ନେଇ ନାବାଳିକା ଝିଅକୁ ନେଇ ଯାଇ ଫେରାର ହୋଇ ଯାଇଥିଲା । ଝିଅକୁ ନ ପାଇ ପରିବାର ଲୋକ ଏବଂ ଗ୍ରାମବାସୀ ବହୁ ଖୋଜାଖୋଜି କରିଥିଲେ । ଭୋଜି ଠାରୁ ପ୍ରାୟ ୨ କିଲୋମିଟର ଦୂର ଏକ ନାଳ ପାଖରେ ଝିଅକୁ ଚୋରି କରି ନେଉଥିବା ଦେଖିଥିଲେ ଗାଁ ଲୋକେ ।

ପିଲା ଚୋର ଗାଁ ଲୋକଙ୍କୁ ଦେଖି ଝିଅକୁ ଛାଡ଼ି ଫେରାର ହେବାକୁ ଚେଷ୍ଟା କରିବା ବେଳେ ଲୋକେ ଚୋରକୁ କାବୁ କରି ନେଇଥିଲେ । ପରେ ଗାଁର କ୍ଲବ ଘରେ ପିଲା ଚୋରକୁ ତାଲା ପକାଇ ଡୁଙ୍ଗୁରିପାଲି ପୋଲିସକୁ ଖବର ଦେଇଥିଲେ । ପୋଲିସ ପିଲା ଚୋରକୁ ହେପାଜତକୁ ନେବା ସହ ପଚରା ଉଚରା କରୁଛି ।

Leave A Reply

Your email address will not be published.