Latest Odisha News

BREAKING NEWS

ଆଉ ୨ ଦିନ ଜେଲ୍‌ରେ ରହିବେ ଆର୍ୟନ୍‌; ୧୩ରେ ପରବର୍ତ୍ତୀ ଶୁଣାଣି

ମୁମ୍ବାଇ: ମୁମ୍ବାଇ କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ବଲିଉଡ୍‌ ଷ୍ଟାର ଶାହାରୁଖ୍‌ ଖାନଙ୍କ ପୁଅ ଆର୍ୟନଙ୍କୁ ମିଳିଲାନି ଆଶ୍ବସ୍ତି। ଆହୁରି ୨ ଦିନ ଜେଲ୍‌ରେ ରହିବେ ଆର୍ୟନ୍‌। ମୁମ୍ବାଇ ସେସନ୍‌ କୋର୍ଟ ତାଙ୍କ ଶୁଣାଣି ଅକ୍ଟୋବର ୧୩ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ସେପର୍ଯ୍ୟନ୍ତ ଆର୍ଯ୍ୟନ ଖାନଙ୍କୁ ଆର୍ଥର ରୋଡ ଜେଲରେ ରହିବାକୁ ପଡ଼ିବ।

ବିଚାରପତି ଭି.ଭି ପଟେଲ ବୁଧବାର ସୁଦ୍ଧା ଏହାର ଉତ୍ତର ଦାଖଲ କରିବାକୁ କହିଛନ୍ତି। ଅକ୍ଟୋବର ୧୩ରେ  ଆର୍ୟନଙ୍କ ଜାମିନ ଆବେଦନ ଶୁଣାଣି ସ୍ଥିର ହୋଇଛି। ତାଙ୍କ ନିକଟରୁ ଡ୍ରଗ୍ସ ଉଦ୍ଧାର କରାଯାଇ ନ ଥିବାରୁ ଆର୍ୟନଙ୍କ ଜାମିନ ଆବେଦନ କରାଯାଇଛି।

Comments are closed.