Latest Odisha News

BREAKING NEWS

ରାସ୍ତା ପାଇଁ ଦହଗଞ୍ଜ, ଭାରରେ ବୁହା ହେଲେ ପ୍ରସୂତି ଓ ନବଜାତ

କୋରାପୁଟ: ସ୍ୱାଧୀନତାର ୭୫ ବର୍ଷ ପରେ ବି ଲୋକଙ୍କ ପାଖରେ ରାସ୍ତା ପହଞ୍ଚି ପାରିନି । ଆଉ ରାସ୍ତା ନ ଥିବାରୁ ଲୋକେ ସ୍ୱାସ୍ଥ୍ୟ ସେବା ଠିକ୍ ସମୟରେ ପାଇ ପାରୁ ନାହାଁନ୍ତି । କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ରଣ୍ଡାପାଲ୍ଲି ପଞ୍ଚାୟତ ରାମଗଡ଼ ଗାଁରୁ ଆସିଛି ଅଭାବନୀୟ ଦୃଶ୍ୟ ।

ଗାଁର ସମ୍ବାରୁ ମୁଦୁଲିଙ୍କ ସ୍ତ୍ରୀ ଧନେଇଁ ମୁଦୁଲିଙ୍କ ପ୍ରସବ ପରେ ଗାଁ ଲୋକେ ଭାରରେ ମାଆ ଓ ନବଜାତକକୁ ମେଡିକାଲ୍ ନେଇଛନ୍ତି । ଦୀର୍ଘ ୫ କିଲୋମିଟର ପାହାଡ଼ ରାସ୍ତା ଭାରରେ ବୋହି ଆଣିବା ପରେ ବୈରାଗିମଠରୁ ଆମ୍ବୁଲାନ୍ସରେ ନେଇ ମେଡିକାଲରେ ଭର୍ତ୍ତି କରିଛନ୍ତି ।

ଘରେ ଗୋଟିଏ ଶିଶୁ କନ୍ୟା ଜନ୍ମ ହୋଇଥିବା ବେଳେ ରାବଣାଗୁଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଉ ଏକ ଶିଶୁ କନ୍ୟା ଜନ୍ମ ଦେଇଛନ୍ତି । ଯାଁଳା ଶିଶୁକନ୍ୟାଙ୍କ ଓଜନ କମ୍ ଥିବାରୁ ସମସ୍ତଙ୍କୁ ଜୟପୁର ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.