ନୂଆଦିଳ୍ଲୀ: ଏପ୍ରିଲ ମାସରେ ସମସ୍ତ ଦିନ କୋଭିଡ-୧୯ ଟିକାକରଣ କାର୍ଯ୍ୟକ୍ରମକୁ ଅନୁମତି ଦେବାକୁ କେନ୍ଦ୍ର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖିଛି। ଭାରତ ଗୁରୁବାର ଦିନ ଦେଶବ୍ୟାପୀ ଟିକାକରଣ ଅଭିଯାନର ତୃତୀୟ ପର୍ଯ୍ୟାୟ ଆରମ୍ଭ କରିଛି। ଏଥିରେ ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ କୋଭିଡ୍-୧୯ ବିରୋଧରେ ଟିକାକରଣ କରିବାକୁ ଅନୁମତି ଦେଇଛି।
ଗୁରୁବାର ଦିନ ଲେଖାଯାଇଥିବା ଚିଠିରେ ମାସର ସମସ୍ତ ଦିନରେ କୋଭିଡ-୧୯ ଟିକାକରଣ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏପ୍ରିଲ୍ ମାସରେ ଥିବା ସମସ୍ତ ଛୁଟି ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ। ଅର୍ଥାତ୍ ଛୁଟି ଦିନରେ ମଧ୍ୟ ଟିକାକରଣ କାର୍ଯ୍ୟକ୍ରମ ଜାରି ରହିବ।
ମାର୍ଚ୍ଚ ୩୧ରେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ସହିତ ବିସ୍ତୃତ ବିଚାର ବିମର୍ଶ ପରେ ଏହି ପଦକ୍ଷେପ ନିଆଯାଇଛି।
Comments are closed.