Latest Odisha News

BREAKING NEWS

ନୋବେଲ ଶାନ୍ତି ପୁରସ୍କାର ଘୋଷଣା ପରେ ଭାଙ୍ଗିଲା ଟ୍ରମ୍ପଙ୍କ ସ୍ବପ୍ନ…

ଓସ୍ଲୋ: ନରୱେର ରାଜଧାନୀ ଓସ୍ଲୋରେ ଶୁକ୍ରବାର ଦିନ ନୋବେଲ ଶାନ୍ତି ପୁରସ୍କାର ଘୋଷଣା ହୋଇଛି। ଯାହା ପରେ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶାନ୍ତି ପୁରସ୍କାର ଜିତିବାର ସ୍ୱପ୍ନ ଭାଙ୍ଗି ଚୁରମାର ହୋଇଯାଇଛି।

ମାରିଆ କୋରିନା ମାଚାଡୋ ଚଳିତ ବର୍ଷର ନୋବେଲ ଶାନ୍ତି ପୁରସ୍କାର ବିଜେତା ହୋଇଛନ୍ତି। ନରୱେଜିଆନ ନୋବେଲ କମିଟି ପ୍ରତିବର୍ଷ ଶାନ୍ତି ପ୍ରୋତ୍ସାହନ, ଦେଶମାନଙ୍କ ମଧ୍ୟରେ ଭାଇଚାରା ମଜବୁତ କରିବା ଏବଂ ସମାଜର ସେବା କରିବାରେ ଯୋଗଦାନ ଦେଉଥିବା ବ୍ୟକ୍ତି କିମ୍ବା ସଂଗଠନକୁ ଚୟନ କରିଥାଏ।

ତେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କିଛି ଦିନ ଧରି ନୋବେଲ ଶାନ୍ତି ପୁରସ୍କାର ପାଇଁ ଉତ୍ସୁକ ଥିଲେ। ଟ୍ରମ୍ପ ନିଜର କିଛି ବୈଦେଶିକ ନୀତି ସଫଳତା, ଯେପରିକି ଶାନ୍ତି ଚୁକ୍ତିନାମାକୁ ନେଇ ଏହି ପୁରସ୍କାର ପାଇଁ ଆଶାବାଦୀ ଥିଲେ। କିନ୍ତୁ ନୋବେଲ ବିଶେଷଜ୍ଞମାନେ ପୂର୍ବରୁ କହିଥିଲେ ଯେ ତାଙ୍କର ଜିତିବାର ସମ୍ଭାବନା ଖୁବ୍ କମ୍ ବୋଲି।

ତେବେ ଗତ ବର୍ଷ ୨୦୨୪ ନୋବେଲ ଶାନ୍ତି ପୁରସ୍କାର ଜାପାନୀ ସଂଗଠନ ନିହୋନ ହିଡାଙ୍କୟୋକୁ ପ୍ରଦାନ କରାଯାଇଥିଲା। ଏହି ସଂଗଠନ ଦଶନ୍ଧି ଧରି ପରମାଣୁ ଅସ୍ତ୍ର ବିରୁଦ୍ଧରେ କାମ କରିଆସୁଛି ଏବଂ ହିରୋସିମା-ନାଗାସାକି ବୋମା ବିସ୍ଫୋରଣର ପୀଡିତଙ୍କ ସ୍ୱରକୁ ବିଶ୍ୱ ସମ୍ମୁଖରେ ପହଞ୍ଚାଇଥାଏ।

 

 

Comments are closed.