Latest Odisha News

BREAKING NEWS

ଛୋଟେ ନବାବ୍ ତୈମୁର୍‌ଙ୍କ ପ୍ରେମରେ ଡ୍ୟାନ୍ସ କୁଇନ୍‌ ନୋରା

ନୂଆଦିଲ୍ଲୀ: ନିଜର ସୌନ୍ଦର୍ଯ୍ୟ ଏବଂ ନୃତ୍ୟ ଶୈଳୀ ଦ୍ୱାରା ସମସ୍ତଙ୍କ ଆକର୍ଷିତ କରୁଥିବା ନୋରା ଫତେହି ଶେଷରେ ନିଜର ମନର କଥା ପ୍ରକାଶ କରିଛନ୍ତି। ସେ ବଲିଉଡ୍‌ର ଲୋକପ୍ରିୟ ଷ୍ଟାର୍‌ କିଡ୍ କରୀନା ଏବଂ ସୈଫ୍‌ଙ୍କ ପୁଅ ତୈମୁର୍‌ଙ୍କୁ ବିବାହ କରିବାକୁ ଚାହୁଁଛନ୍ତି। ଏ ନେଇ ନୋରା ନିଜେ ପ୍ରକାଶ କରିଛନ୍ତି।

ନୋରା ନିଜେ କହିଛନ୍ତି ଯେ ସେ ଛୋଟେ ନବାବ୍‌ଙ୍କୁ ବିବାହ କରିବାକୁ ଚାହୁଁଛନ୍ତି। କିନ୍ତୁ ଦେଖିବାକୁ ଗଲେ ଛୋଟେ ନବାବ୍‌ଙ୍କ ବୟସ ମାତ୍ର ୪ ବର୍ଷ। ନୋରା ନିକଟରେ କରୀନା କପୁର ଖାନଙ୍କ ସୋ ‘What Women Want season 3’ରେ ପହଞ୍ଚିଥିଲେ। ଯେଉଁଠାରେ ସେ ବେବୋଙ୍କ ସହ ଅନେକ କଥା ହୋଇଥିଲେ। ଏହି ସମୟରେ କରୀନା ନୋରାଙ୍କ ନୃତ୍ୟକୁ ପ୍ରଶଂସା କରି କହିଥିଲେ ଯେ ତାଙ୍କ ସ୍ୱାମୀ ତଥା ବଲିଉଡ ଅଭିନେତା ସୈଫ୍‌ ଅଲି ଖାନଙ୍କୁ ମଧ୍ୟ ନୋରାଙ୍କ ନୃତ୍ୟ ବେଶ୍‌ ଭଲ ଲାଗେ।

କରୀନାଙ୍କ କଥା ଶୁଣିବା ପରେ ନୋରା ହସି ହସି କହିଲା, ମୁଁ ଆଶା କରୁଛି ତୈମୁର୍‌ଙ୍କୁ ଶୀଘ୍ର ବଡ଼ ହୋଇଯିବେ, ତେବେ ଯାଇ ଆମେ ତାଙ୍କର ଆଉ ମୋ ବିବାହ ବିଷୟରେ ଚିନ୍ତା କରିପାରିବା। ନୋରାଙ୍କ କଥା ଶୁଣିବା ପରେ କରୀନା କପୁର ମଧ୍ୟ ହସିଲେ ଏବଂ ଉତ୍ତର ଦେଲେ, ‘ଏବେ ତାଙ୍କୁ ମାତ୍ର ଚାରି ବର୍ଷ … ଏବଂ ତାଙ୍କୁ ବଡ ହେବାକୁ ଏବେ ବହୁତ ଡେରି ଅଛି। ଠିକ୍‌ ଅଛି ମୁଁ ଅପେକ୍ଷା କରିବି ‘।

Comments are closed.