Latest Odisha News

BREAKING NEWS

ଖାଦ୍ୟ ଅଭାବ, କମ୍‌ ଖାଅ; କିମ୍‌

ନୂଆଦିଲ୍ଲୀ: ଉତ୍ତର କୋରିଆ ରାଷ୍ଟ୍ରପତି କିମ୍‌ ଜୋଙ୍ଗ ଉନ ଖାଦ୍ୟ ସଙ୍କଟ ମଧ୍ୟରେ ଲୋକଙ୍କୁ କମ୍ ଖାଇବାକୁ କହିଛନ୍ତି। ଏହି ଖାଦ୍ୟ ଜରୁରୀକାଳୀନ ପରିସ୍ଥିତି ୨୦୨୫ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆଶା କରାଯାଉଛି।

ଖାଦ୍ୟ ଯୋଗାଣର ଅଭାବ ପାଇଁ କିମ୍ ଏକ ” ସିରିଜ୍‌ ଅଫ୍‌ ଡେଭିଏସନ୍‌ ”କୁ ଦାୟୀ କରି କହିଛନ୍ତି ଯେ କୃଷି କ୍ଷେତ୍ର ଏହାର ଉତ୍ପାଦନ ଯୋଜନା ପୂରଣ କରିବାରେ ବିଫଳ ହୋଇଥିବାରୁ ଲୋକଙ୍କ ଖାଦ୍ୟ ପରିସ୍ଥିତି ବର୍ତ୍ତମାନ ତିକ୍ତ ହୋଇପଡିଛି।

ଚଳିତ ବର୍ଷ ଜୁନ୍ ମାସରେ କିମ୍‌ ଅଧିକାରୀମାନଙ୍କୁ କୃଷି ଉତ୍ପାଦନ ବୃଦ୍ଧି ପାଇଁ ଉପାୟ ଖୋଜିବାକୁ ଅନୁରୋଧ କରି କହିଥିଲେ ଯେ ଦେଶର ଖାଦ୍ୟ ପରିସ୍ଥିତି ବର୍ତ୍ତମାନ ତିକ୍ତ ହୋଇପଡ଼ିଛି।

ଆରଏଫଏକୁ ସୂତ୍ରରୁ ଜଣାପଡ଼ିଛି ଯେ ଆମର ଖାଦ୍ୟ ଜରୁରୀକାଳୀନ ପରିସ୍ଥିତି ୨୦୨୫ ପର୍ଯ୍ୟନ୍ତ ଜାରି ରହିବ।

Comments are closed.