Latest Odisha News

BREAKING NEWS

ପାକିସ୍ତାନରେ ପୁଣି ହିଂସା :୩ ପୋଲିସ ମୃତ , ୭୦ ରୁ ଅଧିକ ଆହତ

ଓଡ଼ିଶା ସମ୍ବାଦ ବ୍ୟୁରୋ : ପାକିସ୍ତାନରେ ପୁଣି ହିଂସା। ପାକିସ୍ତାନର ବିଭିନ୍ନ ସ୍ଥାନରେ ଟିଏଲପି ସମର୍ଥକ ଓ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି।ଏହି ସଂଘର୍ଷରେ ତିନି ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ। ପ୍ରାୟ ୭୦ ରୁ ଅଧିକ ଜଣ ଆହତ ହୋଇଛନ୍ତି।ଟିଏଲପି ମୁଖ୍ୟ ସାଦ ରିଜଭିଙ୍କୁ ଓ ଫ୍ରାନ୍ସ ରଷ୍ଟ୍ରଦୂତଙ୍କୁ ବହିଷ୍କାର ଦାବି କରି ହିଂସା ପରିସ୍ଥିତି ଉପୁଜିଥିଲା।ଇମ୍ରାନ ସରକାରଙ୍କ ସହ ଟିଲଏଲପି ସମର୍ଥକଙ୍କ ଆଲୋଚନା ବିଫଳ ପରେ ଏହି ହିଂସା ସୃଷ୍ଟି ହୋଇଛି।ପାକିସ୍ତାନ ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ଟିଏଲପି ସମର୍ଥକ ମାନେ ଇସଲାମାଦାବ ଯାତ୍ରା କରି ସଂଘର୍ଷ କରିଥିଲେ।

ପାକିସ୍ତାନ  ମନ୍ତ୍ରୀ ଶେଖ ରସିଦ୍  ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କି ଟିଏଲପି ଏବେ ଉଗ୍ର ରୂପ ଧାରଣ କରିଛି । ସେ ଆହୁରି କହିଛନ୍ତି କି ଟିଏଲପି ସମର୍ଥକମାନେ ପୋଲିସ ଉପରକୁ ଗୁଳି ମାରିଥିଲା । ଯାହାଫଳରେ  ୩ ଜଣ ପୋଲିସ ଅଫିସରଙ୍କ ମୃତ୍ୟୁ ହୋଇଥିବା ବେଳେ ୭୦ ଜଣ ଆହାତ ହୋଇଛନ୍ତି ।ପାକିସ୍ତାନରୁ ଫ୍ରାନ୍ସରେ ଥିବା ରାଷ୍ଟ୍ରଦୂତଙ୍କୁ ହଟାଇବାକୁ ଟିଏଲପି ଦାବି କରିଆସୁଛି । ଚଳିତ ବର୍ଷ ଏପ୍ରିଲରେ ମଧ୍ୟ ଏହି ସମାନ ଦାବି ଉପରେ ହିଂସା ସୃଷ୍ଟି ହୋଇଥିଲା । ଯାହାପରେ ଟିଏଲପି ମୁଖ୍ୟ ସାଦ ରିଜଭିଙ୍କୁ ପୋଲିସ ଗିରଫ କରିଥିଲା । ଗତ ରବିବାର ଟିଏଲପି ତାଙ୍କ ଦାବି ପୂରଣ ପାଇଁ ସରକାରଙ୍କୁ ଦୁଇ ଦିନ ସମୟ ଦେଇଥିଲା ।  ଦୁଇ ଦିନ ମଧ୍ୟରେ ସରକାର ଦାବି ନଶୁଣିବାରୁ  ଟିଏଲପି  ଉଗ୍ର ରୂପ ଧାରଣ କରି ଏପରି କାଣ୍ଡ ଭିଆଇଛି।

 

Leave A Reply

Your email address will not be published.