Latest Odisha News

BREAKING NEWS

କୋଭିଡ୍‌ ନିୟମ ଉଲ୍ଲଂଘନ କରି ଜରିମାନା ଭରିଲେ ଏହି ଦେଶର ପ୍ରଧାନମନ୍ତ୍ରୀ

ନରୱେ: ନରୱେ ପ୍ରଧାନମନ୍ତ୍ରୀ ଏର୍ନା ସୋଲବର୍ଗଙ୍କୁ ଶୁକ୍ରବାର ଦିନ କୋଭିଡ୍‌ ନିୟମ ଉଲ୍ଲଂଘନ କରି ଜନ୍ମଦିନର ରାତ୍ରି ଭୋଜନ ଆୟୋଜନ କରିଥିବା ଅଭିଯୋଗରେ ତାଙ୍କୁ ଜୋରିମାନା ଲାଗୁ କରାଯାଇଛି ବୋଲି ବୋଲି ପୋଲିସ କହିଛି।

ପୋଲିସ କହିଛି ଯେ ସୋଲବର୍ଗଙ୍କ ଦ୍ବାରା ଆୟୋଜିତ ରାତ୍ରି ଭୋଜନରେ ଆବଶ୍ୟକଠାରୁ ଅଧିକ ସଂଖ୍ୟକ ଲୋକ ସାମିଲ୍‌ ହୋଇଥିଲେ।

କୋଭିଡ୍‌ ନିୟମ ଉଲ୍ଲଂଘନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ୨୦,୦୦୦ ନରୱେ କ୍ରୋନର୍ (ପ୍ରାୟ ୨,୩୦୦, ୨,୦୦୦ ୟୁରୋ) ଜରିମାନା କରାଯାଇଛି।

ଘଟଣା ସାମ୍ନାକୁ ଆସିବା ପରେ ସୋଲବର୍ଗ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିବା ସହ ସମ୍ଭାବ୍ୟ ଜରିମାନା ଦେବାକୁ ପ୍ରସ୍ତୁତ ଥିବା କହିଥିଲେ।

ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ କ୍ଷମା ମାଗିବା ସହ ସେ ଏହି ନିଷ୍ପତ୍ତି ଉପରେ ଆବେଦନ କରିବେ ନାହିଁ ବୋଲି ମଧ୍ୟ କହିଛନ୍ତି।

Comments are closed.