Latest Odisha News

ଗିରଫ ହେଲେ କୋଟିପତି କିରାଣି

ଭୁବନେଶ୍ବର : ଗିରଫ ହେଲେ କୋଟିପତି କିରାଣି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ କିରାଣି ଦିଲ୍ଲୀପ ଜେନାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗତକାଲି ଦିଲ୍ଲୀପଙ୍କ ଘରେ ରେଡ୍ କରିଥିଲା ଭିଜିଲାନ୍ସ । ଚଢ଼ାଉ ବେଳେ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ନଗଦ ଟଙ୍କା ଜବତ କରିଥିଲା ଭିଜିଲାନ୍ସ ।

ସୂଚନା ଅନୁସାରେ, ବରିଷ୍ଠ କିରାଣି ଦିଲ୍ଲୀପ କୁମାର ଜେନାଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରିଥିଲା ଭିଜିଲାନ୍ସ । ଚଢ଼ାଉ ବେଳେ ୩ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ ହୋଇଥିଲା । ଏହାସହ ସୁନା ଗହଣା ସହିତ ନଗଦ ଟଙ୍କା, ଜାଗମରା ମଲ୍ଲିକ କମ୍ପଲେକ୍ସରେ ଥିବା ୪ ମହଲା କୋଠା ଠାବ ହୋଇଛି । ଏହି କୋଠାର ମୂଲ୍ୟ ୧ କୋଟି ୮ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି । ସେହିପରି ଦାମୀ ଗାଡି ବି ଚଢ଼ାଉ ବେଳେ ଠାବ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କିରାଣି ଦିଲ୍ଲୀପ ଜେନାଙ୍କୁ ଶେଷରେ ଗିରଫ କରିଛି ଭିଜିଲାନ୍ସ ।

Leave A Reply

Your email address will not be published.