ପୁରୀ: ଫ୍ରାନ୍ସର ପ୍ରଖ୍ୟାତ ଭବିଷ୍ୟଦ୍ରଷ୍ଟା ମାଇକେଲ ଡି ନୋଷ୍ଟ୍ରାଡମସଙ୍କ ଭବିଷ୍ୟବାଣୀ ସର୍ବଦା ସତ୍ୟ ହୋଇ ଆସିଛି । ଆଜତକ, ଜୀ ନ୍ୟୁଜ ଓ ଅମର ଉଜାଲା ପରି ପ୍ରତିଷ୍ଠିତ ଖବର ସଂସ୍ଥା ନୋଷ୍ଟ୍ରାଡମସଙ୍କ ୨୦୨୨ ଭବିଷ୍ୟବାଣୀ ଭୟଙ୍କର ହେବ ବୋଲି ଗୁରୁବାର ଉଲ୍ଲେଖ କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ନୋଷ୍ଟ୍ରାଡମସଙ୍କ ପୁସ୍ତକରେ ଉଲ୍ଲେଖ କରାଯାଇଥିବା ଅନେକ ଭବିଷ୍ୟବାଣୀ ଏବେ ବି ଗବେଷକମାନେ ସମ୍ପୂର୍ଣ୍ଣ ଭାବେ ବୁଝି ପାରି ନାହାନ୍ତି । ଏହା ସତ୍ୱେ ହଠାତ ବିଭିନ୍ନ ଖବର ସଂସ୍ଥା ଏହାକୁ ପ୍ରକାଶ କରବା ଏହାର ସତ୍ୟତା ନେଇ ସଂଶୟ ସୃଷ୍ଟି କରୁଛି । ତଥାପି ଆସନ୍ତୁ ଜାଣିବା ସେମାନେ ଏ ନେଇ କଣ ଲେଖିଛନ୍ତି ।
ବିଶ୍ୱର ହେବ ଭୟଙ୍କର କ୍ଷତି: ୨୦୨୨ରେ ପୃଥିବୀ ପୃଷ୍ଠରେ ପ୍ରାକୃତିକ ଦୁର୍ଘଟଣା ଘଟିବ । ଏହା ଉଲକାପାତ, ମହାକାଶରୁ ବଡ ଚଟ୍ଟାଣ କିମ୍ବା ଏଷ୍ଟରୟଡ ମାଧ୍ୟମରେ ହୋଇପାରେ । ସମୁଦ୍ରରେ ବଡ ଧରଣର ଲହରୀ ଆସିବ । ଜଳସ୍ତର ବୃଦ୍ଧି ଯୋଗୁ ଅନେକ କ୍ଷତି ଘଟିବ ।
ମହଙ୍ଗା ମାଡ: ଆଗାମୀ ବର୍ଷ ସାରା ବିଶ୍ୱରେ ମହଙ୍ଗା ମାଡ ତୀବ୍ର ହେବ । ଆମେରିକାର ଡଲାର ମୂଲ୍ୟ କମିବ । ସୁନା, ରୂପା କେବଳ ଲୋକଙ୍କ ସମ୍ପତି ଭାବେ ପରିଗଣିତ ହେବ । ବଂଚିବା ପାଇଁ ହା ହା କାର ଖେଳିଯିବ ।
ପରମାଣୁ ବୋମା ବିସ୍ଫୋରଣ: ପରମାଣୁ ବୋମା ବିସ୍ଫୋରଣ ଯୋଗୁ ଜଳବାୟୁରେ ବଡ ଧରଣର ପରିବର୍ତନ ହେବ । ଭୂମିକମ୍ପ, ଲାଭା ଉଦଗୀରଣ ପରି ଘଟଣା ଘଟିବ । ଅନେକ ଦେଶର ଶୀତଳ ଯୁଦ୍ଧ ଏହି ପ୍ରାକୃତିକ ବିପର୍ଯ୍ୟୟ ଏକପ୍ରକାର ଶେଷ କରିଦେବ ।
୭୨ ଘଂଟା ଅନ୍ଧକାର ରହିବ: ସାରା ବିଶ୍ୱ ୭୨ ଘଂଟା ପାଇଁ ଅନ୍ଧାକରରେ ବୁଡିଯିବ । ପ୍ରାକୃତିକ ଓ ମଣିଷକୃତ ବିପର୍ଯ୍ୟୟ ପରେ ସମ୍ପୂର୍ଣ୍ଣ ମନୁଷ୍ୟଜଗତର ଆଧୁନିକ ଜୀବନର ପରିସମାପ୍ତି ଘଟିବ । ଏହା ପରେ ସବୁ କିଛି ସାଧାରଣ ହୋଇଯିବ ।
ଫ୍ରାନ୍ସ ଉପରେ ବଡ ବିପଦ: ଫ୍ରାନ୍ସରେ ବଡ ଧରଣର ତୋଫାନ ଆସିବ । ଯାହା କି ସବୁ କିଛି ନଷ୍ଟ କରିଦେଇ ଚାଲିଯିବ । ଏହା ପରେ ପରେ ବନ୍ୟା, ଦୁର୍ଭିକ୍ଷ ପରି ପ୍ରାକୃତିକ ବିପର୍ଯ୍ୟୟ ଲାଗି ରହିବ ।
କମ୍ପ୍ୟୁଟରର ରାଜ ହେବ: ଅତ୍ୟାଧୁନିକ ଜ୍ଞାନ କୌଶଳ ମଣିଷ ପାଇଁ ବୁମେରାଂ ସାବ୍ୟସ୍ତ ହେବ । ରୋବୋଟ ଏବଂ ଅନ୍ୟ ଟେକ୍ନୋଲୋଜି ମଣିଷକୁ ନଷ୍ଟ କରିବା ଆରମ୍ଭ କରିବେ ।
ଭୂମଧ୍ୟ ସାଗରରେ ବିସ୍ଫୋରଣ: ମେନାର୍କା ଦ୍ୱୀପ ନିକଟରେ ମିସାଇଲ ଟେଷ୍ଟ ବେଳେ ବଡ ଧରଣର ବିସ୍ଫୋରଣ ଘଟିବ । ଯାହା କି ଅନେକ କ୍ଷୟକ୍ଷତି କରିବ ।
BREAKING NEWS
- Naveen or Mohan?: ନବୀନ ନା ମୋହନ-କିଏ ଓଡ଼ିଶାର ବେଶୀ ପ୍ରିୟ? ଛାତ୍ର ନିର୍ବାଚନ ଫଳାଫଳ ଦେଲା ନୂଆ ରାଜନୈତିକ ସଙ୍କେତ!
- Low-Pressure System: ଅକ୍ଟୋବର ଶେଷରେ ପୁଣି ବାତ୍ୟା ଭୟ? ବଙ୍ଗୋପସାଗରରେ ବଳ ଗୋଟାଉଛି ଆଉ ଏକ ସିଷ୍ଟମ୍! ୨୫ ପରେ ଆଉ ଏକ ଲଘୁଚାପ!
- Tiger Shroff Attack: ଲରେନ୍ସର ଅଣ୍ଡରୱାର୍ଲ୍ଡ ସାମ୍ରାଜ୍ୟ; ସାବରମତୀ ଜେଲ୍ରୁ ବିଦେଶ ଯାଏଁ ବିଛାଇଛି ନେଟୱର୍କ! ସଲମାନଙ୍କ ପିଛା ଛାଡୁନି…ଟାଇଗରଙ୍କ ଉପରେ ଗୁଳିମାଡ଼ ପରେ ‘ଡି-କମ୍ପାନୀ’କୁ ନେଇ ଚର୍ଚ୍ଚା
- Vijaya Dashami: ମଣ୍ଡପରେ ମନମୋହୁଛି ମା’ଙ୍କ ମୃଣ୍ମୟୀ ରୂପ…ଆଜି ବିଜୟା ଦଶମୀ; ଅଧର୍ମ ଉପରେ ଧର୍ମର ବିଜୟ, ଶକ୍ତି ଓ ନୂତନ ଆରମ୍ଭର ପବିତ୍ର ପର୍ବ…
- ଡରିବିନି ଡିସେମ୍ବରରେ ବାଂଲାଦେଶ ଯିବି, ‘ଭୟ ମୋର କର୍ତ୍ତବ୍ୟ ସ୍ଥିର କରିପାରିବ ନାହିଁ’ : ହସିନା
- ଅକ୍ଟୋବରରେ ୨୩ରେ ‘ପିପୁଲ୍ ଏଗେନଷ୍ଟ SIR’ ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା
- ଶ୍ରୀମନ୍ଦିରରେ ମା’ ବିମଳା ଦେବୀଙ୍କ ବିଶେଷ ନୀତି; କାଲି ସକାଳ ୮ଟାରୁ ଦର୍ଶନ ଆରମ୍ଭ
- ଅକ୍ଟୋବର ୨୦ରୁ ଏହି ୪ ମେମୁ ଟ୍ରେନ୍ ବାତିଲ…
- କମିଶନରେଟ ପୋଲିସର ‘ଏକ୍ସ’ ଆକାଉଣ୍ଟ ହ୍ୟାକ୍
- ବଢ଼ିଲା ଅଡ଼ୁଆ; ଆଉ ୨ ଦିନ ଜେଲରେ ବିତାଇବେ CJPର ଆଶୁତୋଷ ରାଙ୍କା ଓ ସୌରଭ ଦାସ

Comments are closed.