Latest Odisha News

BREAKING NEWS

ପନ୍ତଙ୍କ ଜବରଦସ୍ତ ପ୍ରଦର୍ଶନ ସତ୍ୱେ ସଞ୍ଜୁଙ୍କ ସପକ୍ଷରେ ଚୟନ କମିଟି

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଖୁବ ଶୀଘ୍ର ଭାରତୀୟ ଦଳ ଘୋଷଣା କରାଯିବ । ରିପୋର୍ଟ ମୁତାବକ ୯ଜଣଙ୍କ ଖେଳାଳିଙ୍କ ଉପରେ ଚୟନ କମିଟି ମୋହର ମାରି ସାରିଛନ୍ତି । ୱିକେଟ କିପର କିଏ ହେବ ତାହା ଚୟନ କମିଟି ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି । ଦିଲ୍ଲୀ କ୍ୟାପିଟାଲ୍ସର ରିଷଭ ପନ୍ତ ଚଳିତ ଆଇପିଏଲରେ ଜବରଦସ୍ତ ପ୍ରଦର୍ଶନ ଜାରୀ ରଖିଛନ୍ତି । ତେବେ ରିପୋର୍ଟ ଅନୁସାରେ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନଙ୍କ ପ୍ରଦର୍ଶନ ଚୟନ କମିଟିଙ୍କୁ ପ୍ରଭାବିତ କରିଛି । ପନ୍ତଙ୍କ କେତେଦୂର ଫିଟ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କ୍ରିକେଟ ସମୀକ୍ଷକ ଓ ପୂର୍ବତନ ଖେଳାଳିମାନେ ମଧ୍ୟ ସାମସନଙ୍କ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ।

ସେହିପରି ଶୁଭମନ ଗିଲ ଓ କେଏଲ ରାହୁଲ ସ୍ଥାନ ପାଇବା ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି । ଅଲରାଉଣ୍ଡର ଭାବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ଆବଶ୍ୟକତା ଥିଲେ ମଧ୍ୟ ଆଇପିଏଲରେ ସେ ଉଭୟ ବ୍ୟାଟିଂ ଓ ବୋଲିଂରେ ଫେଲ ମାରିଛନ୍ତି । ତାଙ୍କ ସ୍ଥାନରେ ଶିବମ ଦୁବେଙ୍କୁ ନେବା ପାଇଁ ଆଲୋଚନା ଚାଲିଛି ।

Leave A Reply

Your email address will not be published.