Latest Odisha News

BREAKING NEWS

କେବଳ ରିୟା ଚକ୍ରବର୍ତ୍ତୀଙ୍କୁ ନେଇ ନୁହେଁ ମହେଶ ଭଟ୍ଟ ସବୁବେଳେ ଥାନ୍ତି ଚର୍ଚ୍ଚାରେ

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଫିଲ୍ମ ନିର୍ମାତା ମହେଶ ଭଟ୍ଟ ଏବେ ସବୁ ଦିନ ଖବରରେ । କିନ୍ତୁ ଏହା ପ୍ରଥମ ଥର ନୁହେଁ ପୂର୍ବରୁ ବହୁ ବାର ମହେଶ ଏପରି ଖବରରେ ରହି ଆସିଛନ୍ତି । ପରବିନ ବାବିଙ୍କ ସହ ସମ୍ପର୍କକୁ ନେଇ ହେଉ ଅବା କଙ୍ଗନାଙ୍କ ତାଙ୍କ ବିରୋଧରେ ଆଣିଥିବା ଅଭିଯୋଗ ପାଇଁ ସବୁବେଳେ ସେ ଚର୍ଚ୍ଚାରେ ।

ମହେଶ ଭଟ୍ଟ ଓ ରିୟା ଚକ୍ରବର୍ତ୍ତୀଙ୍କ ହ୍ୱାର୍ଟସ୍ ଆପ୍ ଚାଟ୍‌
ଜୁନ ୮ ତାରିଖରେ ମହେଶ ଭଟ୍ଟ ଓ ରିୟା ଚକ୍ରବର୍ତ୍ତୀଙ୍କ ମଧ୍ୟରେ ହୋଇଥିବା ହ୍ୱାଟସ୍ ଆପ୍ ଚାଟ୍ ଭାଇରାଲ ହୋଇଛି । ସୁଶାନ୍ତଙ୍କୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଚାଟ୍‌ରୁ ତାଙ୍କ ସଂପୃକ୍ତି ଜଣାପଡୁଛି । ରିୟା ଏହି ହ୍ୱାଟସ୍ ଅପ୍ ମେସେଜରେ ଲେଖିଥିଲେ, ‘ଆୟେଶା ଏକ ଦୁଃଖଭରା ହୃଦୟ ଓ ଆଶ୍ୱସ୍ତିର ସହ ଆଗେଇ ଆସିଛି । ’୨୦୧୮ରେ ରିଲିଜ ହୋଇଥିବା ‘ଜଲେବି’ ଫିଲ୍ମରେ ରିୟା ଆୟେଶା ଭୂମିକାରେ ଅଭିନୟ କରିଥିଲେ । ଫିଲ୍ମଟିର ସହ ପ୍ରଯୋଜକ ଥିଲେ ମହେଶ ଭଟ୍ଟ ।

ରିୟା ଲେଖିଥିଲେ ‘ଆମ ଶେଷ ଫୋନ କଲ ମତେ ଚେତେଇ ଦେଇଥିଲା । ’ଏହାର ଉତ୍ତରରେ ମହେଶ ଲେଥିଲେ ‘ତମେ ମୋ ପରୀ ସେବେ ବି ଥିଲ । ଏବେ ବି ଅଛ । ଆଉ ପଛକୁ ଫେରି ଚାହଁନି ।’
ଋିୟା ଏହା ସହ ଲେଖିଛନ୍ତି ‘ଆପଣ ଏହି ବନ୍ଧନରୁ ମତେ ମୁକ୍ତି ଦେଲେ ।’ ସୁଶାନ୍ତ ଓ ରିୟାଙ୍କ ସମ୍ପର୍କ ମଧ୍ୟରେ ମହେଶ ଭଟ୍ଟଙ୍କ ସଂପୃକ୍ତି ସୋସିଆଲ ମିଡିଆରେ ଚର୍ଚ୍ଚାର ବ୍ୟି ପାଲଟିଛି ।


କଙ୍ଗନାଙ୍କ ଉପରକୁ ଚପଲ ଫୋପାଡିଥିଲେ ମହେଶ ଭଟ୍ଟ
କଙ୍ଗନା ରନାୱତଙ୍କ ଭଉଣୀ ରଙ୍ଗୋଲି ଚଣ୍ଡେଲ ଯେତେବେଳେ ଟ୍ୱିଟରରେ ଆକ୍ଟିଭ ଥିଲେ ସେତେବେଳେ ସେ ମହେଶ ଭଟ୍ଟଙ୍କ ସମ୍ପର୍କରେ ଏକ ବିବଦୀୟ ମନ୍ତବ୍ୟ ଦେଇଥିଲେ ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଓ ଲମହେ ପରେ କଙ୍ଗନା ମହେଶ ଭଟ୍ଟ ଲିଖିତ ଧୋକା ଫିଲ୍ମରେ କାମ କରିବା ପାଇଁ ମନା କରିଦେଇଥିଲେ । ଏହାକୁ କେନ୍ଦ୍ର କରି ମହେଶ ତାଙ୍କ ଅଫିସରେ କଙ୍ଗନାଙ୍କୁ ବଡ ପାଟିରେ ଗାଳି ଗୁଲଜ କରିଥିଲେ । ଏପରିକି ‘ଓ ଲମ୍‌ହେ’ର ପ୍ରିଭ୍ୟୁ ବେଳେ କଙ୍ଗନାଙ୍କୁ ଏହା ଦେଖିବା ପାଇଁ ସେ ଅନୁମତି ଦେଇ ନ ଥିଲେ । ଏପରିକି ତାଙ୍କ ଉପରକୁ ସେ ଚପଲ ଫୋପାଡିଥିବାର ଅଭିଯୋଗ ଆଣିଥିଲେ କଙ୍ଗନାଙ୍କ ଭଉଣୀ ।

ପରବିନ ବାବିଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଥିଲେ ମହେଶ ଭଟ୍ଟ
ସେତେବେଳର ଲୋକପ୍ରିୟ ଅଭିନେତ୍ରୀ ପରବିନ ବାବିଙ୍କ ସହ ମହେଶ ଭଟ୍ଟଙ୍କର ନିବିଡ ସମ୍ପର୍କ ଗଢି ଉଠିଥିଲା । ମହେଶ ପ୍ରଥମ ପତ୍ନୀଙ୍କ ସହ ରହୁଥିଲେ ବି ପରବିନ ବାବିଙ୍କ ସହ ସମ୍ପର୍କକୁ ନେଇ ସେ ସମସ୍ତଙ୍କୁ ଜଣାଇଥିଲେ । ୧୯୮୨ ରେ ମୁକ୍ତି ଲାଭ କରିଥିବା ତାଙ୍କ ଚଳଚ୍ଚିତ୍ର ‘ଆର୍ଥ’ ପରବିନଙ୍କ ସହ ତାଙ୍କ ସମ୍ପର୍କ ଚିତ୍ରିତ ହୋଇଥିଲା ।

ମହେଶ ଓ ଝିଅ ପୂଜାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା
ମହେଶ ଭଟ୍ଟଙ୍କ ପ୍ରଥମ ପତ୍ନୀ ଲୋରିଏନ୍ ବ୍ରାଇଟ୍‌ଙ୍କ ଝିଅ ହେଉଛନ୍ତି ପୂଜା ଭଟ୍ଟ । ପୂଜାଙ୍କୁ ନେଇ ବାପା ମହେଶ ପେରି ଏକ ମନ୍ତବ୍ୟ ଦେଇଥିଲା ଯାହା ବେଶ୍ ଚର୍ଚ୍ଚା ହୋଇଥିଲା । ଏକ ମନ୍ତବ୍ୟରେ ମହେଶ କହିଥିଲେ ଯେ, ଯଦି ପୂଜା ତାଙ୍କ ଝିଅ ହୋଇ ନ ଥାନ୍ତେ ତାଙ୍କୁ ସେ ବିବାହ କରିଥାନ୍ତେ । ବାପା ହୋଇ ଝିଅକୁ ନେଇ ଏପରି ଭାବନାକୁ ନେଇ ସିନେ ସମୀକ୍ଷକମାନେ ବେଶ୍ ସମାଲୋଚନା କରିଥିଲେ ।

ପରଲୋକାଗତ ଅଭିନେତ୍ରୀ ଜିଆ ଖାନଙ୍କ ସହ ମହେଶଙ୍କ ଭିଡିଓ ଭାଇରାଲ
ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ସହ ହ୍ୱାଟସ୍ ଆପ୍ ଚାଟକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ପରଲୋକାଗତ ଅଭିନେତ୍ରୀ ଜିଆ ଖାନଙ୍କ ସହ ମହେଶ ଭଟ୍ଟଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ ମହେଶ ଓ ଜିଆଙ୍କର ହସଖୁସି କରୁଥିବାର ଦେଖିବାକୁ ମିଳିଛି । ମହେଶ ଜିଆଙ୍କ କାନ୍ଧରେ ହାତ ରଖି କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି । ଭିଡିଓଟି ୨୦୦୪ ମସିହାର ବୋଲି କୁହାଯାଉଛି ।

Leave A Reply

Your email address will not be published.