ଓଡ଼ିଶା ସମ୍ବାଦ ବ୍ୟୁରୋ: କର୍ମମୟ ଜୀବନରେ ଲୋକମାନେ ନିଦ୍ରା ପାଇଁ ବେଶ ଚିନ୍ତିତ ରହିଥାନ୍ତି । ଅଧିକାଂଶ ଲୋକେ ଠିକରେ ନିଦ ହେଉନ ଥିବା ସମସ୍ୟାର ସାମ୍ନା କରନ୍ତି । ଏଥିପାଇଁ ସେମାନେ ସେମାନଙ୍କର ବ୍ୟସ୍ତ ଜୀବନଶୈଳୀକୁ ମଧ୍ୟ ଦାୟୀ କରିଥାନ୍ତି। ଏଥିନିମନ୍ତେ ଆହାର ଏଥିପାଇଁ ଦାୟୀ ହୋଇଥାଏ। ତାବେ ଜାଣନ୍ତୁ ଆପଣଙ୍କ ନିଦ ହଜାଉଥିବା ଖାଦ୍ୟ ବିଷୟରେ
- ମସଲା ଜାତୀୟ ଖାଦ୍ୟ: ଅଧିକ ମସଲା ଜାତୀୟ ଖାଦ୍ୟ ଖାଇବା ଦ୍ଵାରା ଶରୀରରେ ଏସିଡିଟି ହୋଇଥାଏ। ଏହା ଦ୍ଵାରା ଛାତି ଯନ୍ତ୍ରଣା ହୋଇଥାଏ । ହଜମ ଶକ୍ତି ମଧ୍ୟ ଖରାପ ହୋଇ ଲୁଜ ମୋସନ ହୋଇପାରେ।
- ସୋଡା କିମ୍ବା ମଦ: ଆପଣଙ୍କୁ ଏଭଳି ଲାଗୁଥାଇ ପାରେ ଯେ ରାତିରେ ସୋଡା ଏବଂ ମଦ ପିଇବା ଦ୍ଵାରା ରାତିରେ ଭଲ ନିଦ ହୁଏ। ଏଭଳି କରିବା ଦ୍ଵାରା ଆପଣଙ୍କର ସ୍ଲିପ ସାଇକେଲ ଖରାପ ହୋଇଥାଏ। ମଦ ଗଭୀର ନିଦ ଉପରେ ପ୍ରଭାବ ପକାଇଥାଏ। ସେହିପରି ସୋଡା ପିଇବା ଦ୍ଵାରା ଏସିଡିଟିର ସମସ୍ୟା ହୋଇପାରେ।
- ଚା କିମ୍ବା କଫି: ରାତିରେ ଶୋଇବା ସମୟରେ ଚା କିମ୍ବା କଫି ପିଇବା ଦ୍ଵାରା ନିଦ୍ରାହୀନତା ହୋଇଥାଏ। କାରଣ ଏଥିରେ ମାତ୍ରାଧିକ କଫିନ ଥାଏ। ଯାହା ଆପଣଙ୍କ ସ୍ଵାସ୍ଥ୍ୟ ପାଇଁ ହାନି କାରକ। କଫିନ ଆପଣଙ୍କ ନିଦ ହଜାଇ ଦେବ।
- ଗରିଷ୍ଠ ଭୋଜନ: ରାତିରେ ଗରିଷ୍ଠ ଭୋଜନ ଖାଇବା ଉଚିତ ନୁହେଁ। କାରଣ ଏହା ବିଳମ୍ବରେ ହଜମ ହୋଇଥାଏ। ଫ୍ରେଞ୍ଚ୍ ଫ୍ରାଇଜ, ମାଂସ ଭଳି ଖାଦ୍ୟ ହେଉଛି ଗରିଷ୍ଠ ଭୋଜନ।
- ମଇଦା ଏବଂ ଚିଜ: ଏଥିରେ ବହୁତ କ୍ୟାଲୋରୀ ରହିଛି। ଏହା ସହ ଏଥିରେ ଫ୍ୟାଟି ଏସିଡ ଏବଂ କର୍ବସ ରହିଛି। ପାସ୍ତା, ପିଜା, ଚିଜ ବର୍ଗର ଭଳି ଖାଦ୍ୟ ରାତିରେ ଖାଇବା ଉଚିତ ନୁହେଁ।
- ଆଇସକ୍ରିମ: ଯଦି ଆପଣ ରାତିରେ ଆଇସକ୍ରିମ ଖାଉଛନ୍ତି ତେବେ ସାବଧାନ। ଏହା ଆପଣଙ୍କ ଶରୀରରେ ସୁଗାର ମାତ୍ରା ବୃଦ୍ଧି କରିବ। ଫଳରେ ହୃଦ ରୋଗ ହେବାର ସମ୍ଭାବନା ରହିଛି । ତେଣୁ ରାତିରେ ଆଇସକ୍ରିମ ଖାଇବା ଉଚିତ ନୁହେଁ।
Comments are closed.