Latest Odisha News

BREAKING NEWS

ଫ୍ଲିପକାର୍ଟ ସମେତ ୨୦ଟି ଅନଲାଇନ ଔଷଧ ବିକ୍ରି କରୁଥିବା କମ୍ପାନୀକୁ ନୋଟିସ

ନୂଆଦିଲ୍ଲୀ: ଆମାଜନ ଏବଂ ଫ୍ଲିପକାର୍ଟ ହେଲଥ ପ୍ଲସ୍ ସହିତ ୨୦ଟି ଅନଲାଇନ୍ କମ୍ପାନୀକୁ ନୋଟିସ। ବିନା ଲାଇସେନ୍ସରେ ଔଷଧ ବିକ୍ରି ଅଭିଯୋଗରେ ନୋଟିସ ଜାରି କରିଛି ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ)। ଏହି ନିୟମ ଉଲ୍ଲଂଘନ ବୋଲି ଦର୍ଶାଇ ଡିସିଜିଆଇ ଏହି କମ୍ପାନୀମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି।

ଫେବୃଆରୀ ୮ରେ ଡିସିଜିଆଇ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଯେଉଁଥିରେ ଦିଲ୍ଲୀ ହାଇକୋର୍ଟ ଡିସେମ୍ବର ୧୨, ୨୦୧୮ ନିର୍ଦ୍ଦେଶରେ ଦର୍ଶାଯାଇଛନ୍ତି ଯେ ଅନଲାଇନରେ ଔଷଧ ବିକ୍ରିକୁ ବାରଣ କରାଯାଇଛି।

ଏହା ପରେ ବି ଅନଲାଇନରେ କମ୍ପାନୀଗୁଡିକ ଲାଇସେନ୍ସପ୍ରାପ୍ତ ଔଷଧ ବିକ୍ରି କରୁଥିଲେ। ଏବେ ନୋଟିସ ଜାରି ହେବାର ଦୁଇ ଦିନ ମଧ୍ୟରେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।

ଫ୍ଲିପକାର୍ଟ ହେଲଥ ପ୍ଲସ୍ ଏହି ପ୍ରସଙ୍ଗରେ କହିଛି ଯେ ଆମେ ସିଡିଏସସିଓ (ସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍)ରୁ ନୋଟିସ୍ ପାଇଛୁ ଏବଂ ଆମେ ଏହାର ସଠିକ୍ ଉତ୍ତର ଦେବୁ।

 

Comments are closed.