ଭୁବନେଶ୍ୱର: ପ୍ରକାଶ ପାଇଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)-୨୦୨୬ ପରୀକ୍ଷା ତାରିଖ । ଆସନ୍ତା ମେ’ ୪ ତାରିଖରୁ ଆରମ୍ଭ ହୋଇ ୧୦ ତାରିଖ ଯାଏଁ ପରୀକ୍ଷା ଚାଲିବ । ପ୍ରଥମ ସିଫ୍ଟ ସକାଳ ୯ଟାରୁ ୧୧ଟା, ଦ୍ୱିତୀୟ ସିଫ୍ଟ ଅପରାହ୍ନ ୧ଟାରୁ ୩ଟା ଏବଂ ତୃତୀୟ ସିଫ୍ଟ ଅପରାହ୍ନ ସାଢ଼େ ୪ଟାରୁ ସାଢ଼େ ୬ଟା ଯାଏ ହେବ ବୋଲି ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ବିଜ୍ଞପ୍ତି ଅନୁଯାୟୀ, ସମସ୍ତ ପରୀକ୍ଷା କମ୍ପ୍ୟୁଟର ବେସଡ୍ ଟେଷ୍ଟ (ସିବିଟି) ମୋଡରେ ହେବ । ଆବେଦନକାରୀଙ୍କ ଆଡମିଟ୍ କାର୍ଡ ୱେବ୍ସାଇଟରେ ଉପଲବ୍ଧ ରହିଛି ।
ସେହିପରି, ମେ’ ୪ ତାରିଖରେ ୩ଟି ଯାକ ସିଫ୍ଟରେ ବେସିକ୍ ବିଏସ୍ସି ନର୍ସିଂର ପ୍ରବେଶିକା ପରୀକ୍ଷା ହେବ । ୫ ତାରିଖ ପ୍ରଥମ ଓ ଦ୍ୱିତୀୟ ସିଫ୍ଟରେ ବେସିକ୍ ବିଏସ୍ସି ନର୍ସିଂର ପରୀକ୍ଷା ହେବ । ତୃତୀୟ ସିଫ୍ଟରେ ବି ଫାର୍ମାର ପରୀକ୍ଷା ହେବ । ୬ ତାରିଖରେ ୩ଟି ଯାକ ସିଫ୍ଟ ବି ଫାର୍ମା ପରୀକ୍ଷା ହେବ । ୭ ତାରିଖରେ ପ୍ରଥମ ସିଫ୍ଟରେ ଇଣ୍ଟିଗ୍ରେଟେଡ୍ ଏମ୍ବିଏ ଓ ଏମ୍ଏସ୍ସି ନର୍ସିଂ ପରୀକ୍ଷା ହେବ । ଦ୍ୱିତୀୟ ଓ ତୃତୀୟ ସିଫ୍ଟରେ ଏମ୍ବିଏ ପରୀକ୍ଷା ହେବ ।
୮ ତାରିଖରେ ସମସ୍ତ ସିଫ୍ଟରେ ଏଲ୍ଇ. ଟେକ୍ (ଡିପ୍ଲୋମା) ପରୀକ୍ଷା ରହିଛି । ୯ ତାରିଖର ପ୍ରଥମ ସିଫ୍ଟରେ ଏଲ୍ଇ. ଟେକ୍ (ଡିପ୍ଲୋମା), ଦ୍ୱିତୀୟ ସିଫ୍ଟରେ ଏମ୍ସିଏ/ ଏମ୍ଏସ୍ସି (କମ୍ପ୍ୟୁଟର ସାଇନ୍ସ), ତୃତୀୟ ସିଫ୍ଟରେ ଏମ୍ସିଏ/ପୋଷ୍ଟ ବେସିକ୍ ବିଏସ୍ସି ନର୍ସିଂ ପରୀକ୍ଷା ହେବ । ୧୦ ତାରିଖରେ ପ୍ରଥମ ସିଫ୍ଟରେ ଏମ୍. ଫାର୍ମା/ଏମ୍ ଆର୍କ/ଏମ୍ ପ୍ଲାନ୍/ ଏମ୍ ଟେକ୍/ ଏଲ୍ଇ ଟେକ୍ ବିଏସ୍ସି ପରୀକ୍ଷା ରହିଛି । ଦ୍ୱିତୀୟ ସିଫ୍ଟରେ ପୋଷ୍ଟ ବେସିକ୍ ଡିପ୍ଲୋମା ନର୍ସିଂ/ବି ସାଟ୍/ଏଲ୍ଇ ଫାର୍ମା ପରୀକ୍ଷା ରହିଛି ।