Latest Odisha News

BREAKING NEWS

ପାଟକୁରା ନିର୍ବାଚନ: ଆସନ୍ତା ସପ୍ତାହରେ ପ୍ରକାଶ ପାଇବ ବିଜ୍ଞପ୍ତି

ଭୁବନେଶ୍ୱର : କେନ୍ଦ୍ରାପଡା ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପାଟକୁରା ବିଧାନସଭା ଆସନ ଲାଗି ଭାରତ ନିର୍ବାଚନ ଆୟୋଗ (ଇସିଆଇ) ପକ୍ଷରୁ ଆସନ୍ତା ସପ୍ତାହରେ ବିଜ୍ଞପ୍ତି ପ୍ରକାଶ ପାଇବାର ସମ୍ଭାବନା ରହିଛି ।

ଇସିଆଇ ପାଟକୁରା ବିଧାନସଭା ନିର୍ବାଚନ ଲାଗି ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁରେନ୍ଦ୍ର କୁମାରଙ୍କୁ ରିପୋର୍ଟ ମାଗିଛନ୍ତି । ଯଦିଓ ସିଇଓ ଏକ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରନ୍ତିି, ତେବେ ଇସିଆଇଙ୍କ ପକ୍ଷରୁ ଆସନ୍ତା ସପ୍ତାହରେ ପାଟକୁରା ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇବାର ସମ୍ଭାବନା ରହିଛି ।

ଏହାମଧ୍ୟରେ ପାଟକୁରା ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ଏସମ୍ବନ୍ଧରେ ରବିବାର ଦିନ ବରିଷ୍ଠ ବିଜେପି ନେତାଙ୍କ ସମେତ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍ ଓ ଦଳର ଓଡିଶା ପ୍ରଭାରୀ (ବିଚାରକ) ଅରୁଣ ସିଂହଙ୍କୁ ନୂଆଦିଲ୍ଲୀରେ ଭେଟିଥିଲେ ।

Comments are closed.