Latest Odisha News

BREAKING NEWS

କେନ୍ଦୁଝର: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ଭଉଣୀ ମୃତ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ରାଇସୁଆଁ ଗ୍ରାମ ନିକଟରେ ସୋମବାର ସକାଳେ ଏକ ଦ୍ରୁତଗାମୀ ଗାଡ଼ି ଧକ୍କାରେ ୨ ଭଉଣୀଙ୍କ ମୃତ୍ୟୁ ଘଟିଛି।

ମୃତକ ଦ୍ୱୟ ହେଲେ ନିବେଦିତା ଦାଶ ଓ ପଙ୍କଜିନୀ ଦାଶ । ସେମାନଙ୍କ ଘର ରାଇସୁଆଁ ଗାଁରେ।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନାନୁଯାୟୀ ଏହି ଦୁଇ ଭଉଣୀ ଆଜି ସକାଳେ ମର୍ଣ୍ଣିଂ ୱାକରେ ଯାଉଥିବାବେଳେ। ସଦର ଥାନା ନିକଟରେ ପଛ ପଟୁ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଦୁଇ ଭଉଣୀଙ୍କ ମୃତୁ ଘଟିଥିଲା।

ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି ।

Leave A Reply

Your email address will not be published.