ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠାରୁ ଫେବୃଆରୀ ୧୫ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ରହିଛି । ଫେବୃଆରୀ ୧୬ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ । ସେହିପରି ୨୦ ଫେବୃଆରୀ ସୁଦ୍ଧା ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିପାରିବେ ।
ଆସନ୍ତା ଫେବ୍ରୁଆରୀ ୨୭ରେ ଓଡିଶା ସମେତ ୧୫ ରାଜ୍ୟର ୫୬ଟି ଆସନରେ ଭୋଟ ହେବ । ଏଥିରେ ଓଡ଼ିଶାର ୩ଟି ଆସନ ରହିଛି । ଆସନ୍ତା ଏପ୍ରିଲ ୩ ତାରିଖରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ ଓ ଅମର ପଟ୍ଟନାୟକଙ୍କ କାର୍ଯ୍ୟ କାଳ ସରୁଛି । ଏମାନଙ୍କ ସ୍ଥାନରେ କିଏ ରାଜ୍ୟସଭାକୁ ଯିବେ ସେନେଇ ଏବେଠୁ ସରଗରମ ହେଲାଣି ରାଜନୀତି ।
୨୭ ଫେବୃଆରୀ ସକାଳ ୯ଟା ରୁ ୪ଟା ଯାଏଁ ଭୋଟ୍ ଗ୍ରହଣ ହେବ । ସେହିଦିନ ଅପରାହ୍ନ ୫ ଟାରୁ ଭୋଟ୍ ଗଣତି କରାଯିବ । ଓଡ଼ିଶାର ତିନି ରାଜ୍ୟସଭା ସିଟ୍ ପାଇଁ ନିର୍ବାଚନ ହେବ । ତେବେ ସଂଖ୍ୟା ଦୃଷ୍ଟିରୁ ଏହି ୩ଟି ଆସନ ବିଜେଡି ହାତକୁ ଯିବା ନିଶ୍ଚିତ । ହେଲେ ବିଜେଡି ପକ୍ଷରୁ କିଏ ପ୍ରାର୍ଥୀ ହେବ ତାହା ଉପରେ ନଜର ରହିଛି ।
Comments are closed.