Latest Odisha News

BREAKING NEWS

ଅନୁଭବ-ବର୍ଷାଙ୍କ ଛାଡପତ୍ରକୁ ମଞ୍ଜୁରୀ,୧୦ ବର୍ଷର ବିବାହ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ

କଟକ: ଓଲିଉଡ୍‌ର ବହୁ ଚର୍ଚ୍ଚିତ ଷ୍ଟାର ଦମ୍ପତି ଅନୁଭବ ଓ ବର୍ଷା ପ୍ରିୟଦର୍ଶିନୀ ଛାଡପତ୍ର ମାମଲା । ବହୁ ବାଦବିବାଦ ପରେ ଶେଷରେ ୧୦ ବର୍ଷର ସମ୍ପର୍କରେ ପଡିଲା ପୂର୍ଣ୍ଣଚ୍ଛେଦ । ଏନେଇ ନିଜେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ପୋଷ୍ଟ କରି ସୂଚନା ଦେଇଛନ୍ତି ଅନୁଭବ ମହାନ୍ତି । ପତ୍ନୀ ବର୍ଷା ପ୍ରିୟଦର୍ଶୀନିଙ୍କ ଠାରୁ ଛାଡପତ୍ର ପାଇଁ କୋର୍ଟଙ୍କ ମଞ୍ଜୁରୀ ମିଳିଛି ।

ତେବେ ଆଜି ଉଭୟଙ୍କ ବିବାହକୁ ୧୦ ବର୍ଷ ପୁରୁଥିବାବେଳେ, ବିବାହର ୧୦ ବର୍ଷ ପୂର୍ତ୍ତି ଆଗରୁ ଏହି ବିବାହ ବିଚ୍ଛେଦ ହୋଇଥିବା ଅନୁଭବ ପୋଷ୍ଟରେ ଲେଖିଛନ୍ତି । ତେବେ ଏହାକୁ ୧୦ ବର୍ଷର ଅର୍ଥହୀନ, ହୃଦୟହୀନ, ଯନ୍ତ୍ରଣାଦାୟକ ଏବଂ ମିଥ୍ୟା ବିବାହ ସମ୍ପର୍କ ବୋଲି ଅନୁଭବ ଉଲ୍ଲେଖ କରିଛନ୍ତି । ମିଛ ବିବାହର ଯନ୍ତ୍ରଣାରୁ ଏବେ ମୁକ୍ତି ମିଳିଛି । ମୋ ପାଇଁ ଏବଂ ମୋ ପରିବାର ପାଇଁ ପ୍ରାର୍ଥନା କରିଥିବା ସମସ୍ତଙ୍କୁ ଧନ୍ୟବାଦ ଦେଉଛି । ଏହାସହ ବର୍ଷାଙ୍କ ଖୁସି ପାଇଁ ପ୍ରାର୍ଥନା କରିଛନ୍ତି ଅନୁଭବ ।

ତେବେ ଫେବୃୟାରୀ ୮ ତାରିଖ ୨୦୧୪ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି । ଗତ କିଛି ବର୍ଷ ଧରି ଉଭୟଙ୍କ ବିବାହ ବିଚ୍ଛେଦ ମାମଲା ବେଶ୍ ଚର୍ଚ୍ଚାରେ ରହିଥିଲା ଯାହାର ଆଜି ଅନ୍ତ ଘଟିଛି ।

Leave A Reply

Your email address will not be published.