Latest Odisha News

BREAKING NEWS

ଓଡିଶାରେ ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୨୬ ତାରିଖରେ ୧୭ଟି ରାଜ୍ୟର ୫୫ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ । ସେଥିପାଇଁ ଓଡିଶା ବିଧାନସଭା ସଚିବାଳୟ ଶୁକ୍ରବାର ଦିନ ଓଡିଶାର ୪ଟି ରାଜ୍ୟସଭା ଆସନ ଖାଲି ଥିବା ନେଇ ବିଜ୍ଞପ୍ତି ଜାରି କରିଛନ୍ତି । ଅନୁଭବ ମହାନ୍ତି, ରଞ୍ଜୀବ ବିଶ୍ୱାଳ, ନରେନ୍ଦ୍ର ସ୍ୱାଇଁ ଓ ସରୋଜିନୀ ହେମ୍ବ୍ରମଙ୍କ କାର୍ଯ୍ୟକାଳ ଏପ୍ରିଲ ୨ରେ ଶେଷ ହେଉଛି ।

ଓଡିଶା ବିଧାନସଭା ସଚିବ ଓ ରିଟର୍ଣ୍ଣିଂ ଅଫିସର ଦାଶରଥୀ ଶତପଥୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, “ପ୍ରାର୍ଥୀମାନେ ମାର୍ଚ୍ଚ ୬ ତାରିଖ ସକାଳ ୧୧ଟାରୁ ୩ଟା ମଧ୍ୟରେ ବିଧାନସଭାର କଂଫ୍ରେନ୍ସ ହଲରେ ନାମାଙ୍କନ ପତ୍ର ଦାଖଲ କରିବେ । ନାମାଙ୍କନ ଦାଖଲର ଶେଷ ତାରିଖ ହେଉଛି ମାର୍ଚ୍ଚ ୩୧ । ମାର୍ଚ୍ଚ ୧୬ ତାରିଖ ପୂର୍ବାହ୍ନ ୧୧ଟା ୩୦ରେ ନାମାଙ୍କନ ପତ୍ରର ଯାଂଚ କରାଯିବ ଓ ମାର୍ଚ୍ଚ ୧୮ ତାରିଖ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯିବ । ବିଧାନସଭା ସମିତିର ରୁମ୍ ନଂ-୧୪ରେ ସକାଳ ୯ଟାରୁ ଅପରାହ୍ନ ୪ଟା ମଧ୍ୟରେ ନିର୍ବାଚନ ହେବ ।”

Leave A Reply

Your email address will not be published.