Latest Odisha News

BREAKING NEWS

ଅଯୋଧ୍ୟା ମାମଲା : ସୁପ୍ରିମ କୋର୍ଟରେ ପିଟିସନ ଦାଏର କଲା ପିଏଫଆଇ

ନୂଆଦିଲ୍ଲୀ: ସଂଖ୍ୟାଲଘୁ ସଙ୍ଗଠନ ପପୁଲାର୍ ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ (ପିଏଫ୍‌ଆଇ) ଅଯୋଧ୍ୟା ମାମଲା ବିଷୟରେ ସୁପ୍ରିମ୍ କୋର୍ଟରେ ଏକ ପିଟିସନ୍ ଦାଏର କରିଛନ୍ତି। ପିଟିସନ୍‌ରେ ‘ପିଏଫ୍‌ଆଇ’ ଦର୍ଶାଇଛି ଯେ ସେ ଅଯୋଧ୍ୟା ଏବଂ ଏହାର ବିବାଦୀୟ ମାମଲାର କୌଣସି ପକ୍ଷ ନୁହେଁ। କିନ୍ତୁ, ଏହି ମାମଲାରେ ୨୦୧୯ ମସିହା ନଭେମ୍ବର ମାସରେ ସୁପ୍ରିମ୍ କୋର୍ଟଙ୍କ ପାଞ୍ଚଜଣିଆ ବିଚାରପତିବିଶିଷ୍ଟ ଖଣ୍ଡପୀଠ ଦେଇଥିବା ରାୟ ଯୋଗୁଁ ‘ପିଏଫ୍‌ଆଇ’ର ଅଧିକାର କ୍ଷୁଣ୍ଣ ହେଉଛି।

ସେଥିପାଇଁ ଏହି ରାୟ ଉପରେ ରହିତାଦେଶ ଜାରି କରାଯାଉ। ୨୦୧୯ ନଭେମ୍ବର ୯ ତାରିଖରେ ସୁପ୍ରିମ୍ କୋର୍ଟ ରାୟ ଯୋଗୁଁ ଦୀର୍ଘ ବର୍ଷ ଧରି ଚାଲିଥିବା ଅଯୋଧ୍ୟା ଜମି ବିବାଦ ମାମଲାର ଅବସାନ ଘଟିଥିଲା। ରାୟ ଅନୁସାରେ, ୨. ୭୭ ଏକର ବିଶିଷ୍ଟ ବିବାଦୀୟ ଜମିର ମାଲିକାନା ହିନ୍ଦୁମାନେ ପାଇବେ। ଅଯୋଧ୍ୟାର ଅନ୍ୟ ସ୍ଥାନରେ ସଂଖ୍ୟାଲଘୁମାନଙ୍କୁ ମସ୍‌ଜିଦ୍ ନିର୍ମାଣ ନିମନ୍ତେ ୫ ଏକର ଜମି ମିଳିବ।

Leave A Reply

Your email address will not be published.