Latest Odisha News

BREAKING NEWS

ରାଜ୍ୟ ବିଜେପି ସଭାପତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ବର: ବିଜେପି ରାଜ୍ୟ ସଭାପତି ଏବଂ ରାଷ୍ଟ୍ରୀୟ ପରିଷଦ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଭୋଟର ତାଲିକା ସୂଚୀରେ ଅଛନ୍ତି ମୋଟ ୨୭୩ ଜଣ । ଜିଲ୍ଲା ସଭାପତି, ରାଜ୍ୟ ପରିଷଦ ସଦସ୍ୟ ଏବଂ ନିର୍ବାଚିତ ବିଧାୟକ ଓ ସାଂସଦଙ୍କ ମଧ୍ୟରୁ ୧୦ ପ୍ରତିଶତ ଭୋଟର ତାଲିକାରେ ସ୍ଥାନ ପାଇଛନ୍ତି ।

ତେବେ ଆସନ୍ତାକାଲି ନାମାଙ୍କନ ଦାଖଲ ହେବ ଦରକାର ପଡ଼ିଲେ ୮ରେ ନିର୍ବାଚନ ଓ ଫଳାଫଳ ପ୍ରକାଶ ପାଇବ ବୋଲି ସୂଚନା ରହିଛି । ନିର୍ବାଚନ ଗଣତାନ୍ତ୍ରିକ ପଦ୍ଧତିରେ ହେବ । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ବିଜୟ ସିଂ ପାଲ ତୋମାର । ଆସନ୍ତାକାଲି ଓଡ଼ିଶା ବିଜେପି ସାଂଗଠାନିକ ନିର୍ବାଚନର ରାଷ୍ଟ୍ରୀୟ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ୱାଲ ଓଡ଼ିଶା ଆସିବେ ବୋଲି ସୂଚନା ରହିଛି ।

ତେବେ ଏହି ଦୌଡରେ ଡି. ପୁରନ୍ଦେଶ୍ବରୀ, ନିର୍ମଳା ସୀତାରମଣ, ଭନତୀ ଶ୍ରୀନିବାସନଙ୍କ ନାଁ ଥିବା ଜଣାପଡ଼ିଛି । ୬ଟି ରାଜ୍ୟର ବିଜେପି ସଭାପତି ଘୋଷଣା ହେବା ପରେ ଏବେ ଜାତୀୟ ସଭାପତି ନିର୍ବାଚନ ନେଇ ପ୍ରକ୍ରିୟା ଜୋର ଧରିଛି । କାଲିର ନାମାଙ୍କନ ପରେ ନିର୍ବାଚନ ନା ସହମତିରେ ସଭାପତି ସ୍ପଷ୍ଟ ହେବ ।

Comments are closed.