Latest Odisha News

BREAKING NEWS

ବିକଶିତ ହେଉଛି କରୋନା ଟିକାର ନୂତନ ରୂପ; ଆଗକୁ କ୍ୟାପସୁଲ୍ ଭାବରେ ନେଇପାରିବେ ଟିକା

ନୂଆଦିଲ୍ଲୀ: ଭବିଷ୍ୟତରେ ଆପଣ କରୋନାଭାଇରସ୍ ଟିକାକୁ କ୍ୟାପସୁଲ୍ ଭାବରେ ନେଇପାରିବେ। କୋଭିଡ୍‌-୧୯ ଟିକା ର ନୂତନ ଫର୍ମ ବର୍ତ୍ତମାନ ବିଶ୍ବ ର ଅନେକ ଫାର୍ମା କମ୍ପାନୀ ଦ୍ୱାରା ବିକଶିତ ହେଉଛି। ତଥ୍ୟ ଅନୁଯାୟୀ କ୍ୟାପସୁଲ୍ ଫର୍ମରେ ଥିବା ଓରାଲ କୋଭିଡ୍-୧୯ ଟିକା ଯାହା ଭାରତୀୟ ଫାର୍ମା କମ୍ପାନୀ ପ୍ରେମାସ୍ ବାୟୋଟେକ୍ ଦ୍ୱାରା ବିକଶିତ ହେଉଛି।

ପ୍ରେମାସ୍ ବାୟୋଟେକ୍, ଏକ ଭାରତୀୟ ସଂସ୍ଥା। ଏହି କମ୍ପାନୀ ଆମେରିକୀୟ କମ୍ପାନୀ ଓରାମଡ୍ ଫାର୍ମାସ୍ୟୁଟିକାଲ୍ସ ଇନ୍ ସହ ମିଳିତ ଭାବେ କାର୍ଯ୍ୟ କରୁଛି। ମାର୍ଚ୍ଚ ୧୯ରେ ଏକ ଓରାଭାକ୍ସ କୋଭିଡ-୧୯ ଟିକା ପ୍ରଥମ ମାତ୍ରା ବିଷୟରେ ଘୋଷଣା କରିଥିଲେ ଯାହା ଗୋଟିଏ ମାତ୍ର ଡୋଜ ନେବା ପରେ ଫଳପ୍ରଦ ‌ହୋଇଛି।

ଓରାଭାକ୍ସ କୋଭିଡ-୧୯ କ୍ୟାପସୁଲର ଗୋଟିଏ ମାତ୍ରା ପ୍ରଭାବଶାଳୀ ବୋଲି ଜଣାପଡିଛି ଏବଂ ପଶୁମାନଙ୍କ ଉପରେ ଅଧ୍ୟୟନରେ ଏହାର ଫଳପ୍ରଦତା ପ୍ରମାଣିତ ହୋଇଛି।

Comments are closed.