Latest Odisha News

ଭାରତ ଓ ଚୀନ ଉପରେ ୫୦% ଟାରିଫ ଲଗାଇଲା ଏହି ଦେଶ

ନୂଆଦିଲ୍ଲୀ: ଆମେରିକା ପରେ ବର୍ତ୍ତମାନ୍ ମେକ୍ସିକୋ ମଧ୍ୟ ଭାରତ, ଚୀନ୍ ସମେତ ଅନେକ ଏସୀୟ ଦେଶରୁ ଆମଦାନି ହେଉଥିବା ସାମଗ୍ରୀ ଉପରେ ଭାରୀ ଶୁଳ୍କ ଲଗାଇବା ପାଇଁ ନିଷ୍ପତ୍ତି ନେଇଛି।

ମେକ୍ସିକୋ ସେନେଟ୍ ଦ୍ଵାରା ଏହି ପ୍ରସ୍ତାବକୁ ମଞ୍ଜୁର ମିଳିବା ସହ ବର୍ଦ୍ଧିତ ଶୁଳ୍କ ଆସନ୍ତା ୨୦୨୬ ମସିହାରୁ କାର୍ଯ୍ୟକାରୀ ହେବା ନେଇ କୁହାଯାଉଛି। ମେକ୍ସିକୋ ସହିତ ବାଣିଜ୍ୟ ଚୁକ୍ତିରେ ନଥିବା ଦେଶଗୁଡ଼ିକୁ ଏହି ନିଷ୍ପତ୍ତି ଦ୍ଵାରା ସର୍ବାଧିକ ପ୍ରଭାବିତ ହେବେ ବୋଲି କୁହାଯାଉଛି। ଯେଉଁଥିରେ ଚୀନ୍, ଭାରତ, ଦକ୍ଷିଣ କୋରିଆ, ଥାଇଲ୍ୟାଣ୍ଡ ଏବଂ ଇଣ୍ଡୋନେସିଆ ଭଳି ପ୍ରମୁଖ ରାଷ୍ଟ୍ରଗୁଡ଼ିକ ସାମିଲ ରହିଛନ୍ତି।

ଅଟୋମୋବାଇଲ୍, ଅଟୋ ପାର୍ଟସ୍, କପଡ଼ା, ପୋଷାକ, ପ୍ଲାଷ୍ଟିକ୍ ଏବଂ ଇସ୍ପାତ ଭଳି ପ୍ରମୁଖ ଉତ୍ପାଦ ଉପରେ ୫୦% ପର୍ଯ୍ୟନ୍ତ ଓ ଅନ୍ୟ ସାମଗ୍ରୀ ଉପରେ ମଧ୍ୟ ୩୫% ପର୍ଯ୍ୟନ୍ତ ଶୁଳ୍କ ଲାଗୁ କରାଯିବା ନେଇ କୁହାଯାଇଛି। ଶସ୍ତା ଆମଦାନି ଦ୍ଵାରା ଘରୋଇ ଶିଳ୍ପ ଉପରେ ପଡ଼ୁଥିବା ଚାପକୁ ହ୍ରାସ କରିବା ସହ ସ୍ଥାନୀୟ ଶିଳ୍ପଗୁଡ଼ିକୁ ମଜବୁତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ମେକ୍ସିକୋ ସରକାର କହିଛନ୍ତି।

ତେବେ ସିନେଟରେ ଗୃହୀତ ପ୍ରସ୍ତାବରେ ପ୍ରାରମ୍ଭିକ ଯୋଜନାରେ ପ୍ରାୟ ୧୪୦୦ ଟାରିଫ୍ ଲାଇନରେ ବୃଦ୍ଧି ପାଇଁ କୁହାଯାଇଥିଲା।କିନ୍ତୁ ବର୍ତ୍ତମାନ ସେଥିମଧ୍ୟରୁ ଦୁଇ-ତୃତୀୟାଂଶ ଉପରେ ଆମଦାନୀ ଶୁଳ୍କ ହ୍ରାସ କରାଯାଇଛି।

 

Comments are closed.