Latest Odisha News

BREAKING NEWS

ମେ ୧୫ରୁ ସିୟୁଇଟି ୟୁଜି ପରୀକ୍ଷା, ୬୩ଟି ପେପର ପାଇଁ ହେବ ଏକ୍ସଜାମ୍

ଭୁବନେଶ୍ୱର: ମେ ୧୫ରୁ ଆରମ୍ଭ ହେବ ଏକକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା (ସିୟୁଇଟି-ୟୁଜି)। ମେ ୧୫ରୁ ସିୟୁଇଟି ୟୁଜି ପରୀକ୍ଷା ଆରମ୍ଭ ହୋଇ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏନେଇ ସମ୍ପୂର୍ଣ୍ଣ ପରୀକ୍ଷାସୂଚୀ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ପ୍ରକାଶ ପାଇଛି। ୬୩ଟି ପେପର ପାଇଁ ହେବ ପରୀକ୍ଷା। ଆକାଉଣ୍ଟାନ୍ସି, ଅର୍ଥନୀତି, ଫିଜିକ୍ସ, କମ୍ପ୍ୟୁଟର ସାଇନ୍ସ, ଇନଫର୍ମେସନ ପ୍ରାକ୍ଟିସେସ୍, କେମେଷ୍ଟ୍ରି, ଗଣିତ ଏବଂ ଜେନେରାଲ ଟେଷ୍ଟର ସମୟସୀମା ୬୦ ମିନିଟ୍ ରହିବ। ବାକି ସମସ୍ତ ବିଷୟର ପରୀକ୍ଷା ୪୫ ମିନିଟ୍ ହେବ।

ମେ ୧୫ ତାରିଖରେ କେମେଷ୍ଟ୍ରି, ବାୟୋଲୋଜି, ଇଂରାଜୀ, ଜେନେରାଲ ଟେଷ୍ଟ ହେବ। ୧୬ ତାରିଖରେ ଅର୍ଥନୀତି ହିନ୍ଦୀ, ଫିଜିକ୍ସ, ଗଣିତ ପରୀକ୍ଷା ହେବ। ସେହିପରି ୧୭ ରେ ଭୂଗୋଳ, ଶାରିରୀକ ଶିକ୍ଷା, ବିଜନେସ୍ ଷ୍ଟଡିଜ୍, ଆକାଉଣ୍ଟାନ୍ସି, ୧୮ରେ ଇତିହାସ, ରାଜନୀତି ବିଜ୍ଞାନ, ସୋସିଓଲୋଜି, ୨୧ରେ ଓଡ଼ିଆ ସମେତ ବିଭିନ୍ନ ଆଞ୍ଚଳିକ ଭାଷାରେ ପରୀକ୍ଷା ହେବ। ସେହିପରି ୨୨ ରେ କମ୍ୟୁଟର ସାଇନ୍ସ, ୨୪ରେ ମାସ୍ ମିଡିଆ, ଟୁରିଜିମ ଆଦି ବିଷୟରେ ପରୀକ୍ଷା ହେବ। ୨୧, ୨୨, ଏବଂ ୨୪ ତାରିଖରେ କମ୍ୟୁଟର ବେସଡ଼୍ ପରୀକ୍ଷା ହେବ।

Leave A Reply

Your email address will not be published.