Latest Odisha News

BREAKING NEWS

୧୦ ରେ ପବିତ୍ର ଅକ୍ଷୟ ତୃତୀୟା, ଆରମ୍ଭ ହେଲା ‘ରଥଖଳା’ ପ୍ରସ୍ତୁତି

ପୁରୀ: ଆସନ୍ତା ଜୁଲାଇ ୭ରେ ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହେବ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ମହାବାହୁଙ୍କ ରଥଯାତ୍ରା ପାଇଁ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଧି ପରମ୍ପରା ଅନୁଯାୟୀ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହେବ ରଥ ନିର୍ମାଣ କାମ । ଚଳଚଞ୍ଚଳ ହେବ ରଥଖଳା । ଚଳିତ ମାସ ୧୦ ତାରିଖରେ ପବିତ୍ର ଅକ୍ଷୟ ତୃତୀୟ। ଏହିଦିନ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବ। ଏଥିସହ ଚନ୍ଦନଯାତ୍ରା ବି ଆରମ୍ଭ ହେବ। ଏହା ପୂର୍ବରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି।

ଭୋଇସେବକମାନେ ରଥ ନିର୍ମାଣ ପାଇଁ ରଥଖଳା ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଲୁହା ଓ ବାଉଁଶ ବାନ୍ଧି ଚାଳି ପ୍ରସ୍ତୁତ କରିଛନ୍ତି। ବାଉଁଶ ଚାଳି ଉପରେ ଚାଞ୍ଚରା ପକାଯାଉଛି। ପୂଜା ପାଇଁ ଆବଶ୍ୟକ କାଠ ବି ରଥଖଳାରେ ରଖାଯାଇଛି। ସେପଟେ ଚନ୍ଦନଯାତ୍ରା ବେଳେ ଶ୍ରୀମନ୍ଦିରରୁ ନରେନ୍ଦ୍ର ଯିବା ବାଟରେ ଅନେକ ସ୍ଥାନରେ ପନ୍ତି ଭୋଗ ଖାଇବେ। ଏଥିପାଇଁ ବିଭିନ୍ନ ସ୍ଥାନରେ ଛୋଟ ଚାଳିଆ ପ୍ରସ୍ତୁତ ହେଉଛି। ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଯନ୍ତାଗାଡ଼ ପ୍ରସ୍ତୁତ ହେବ। ମେ ୧୮ ତାରିଖ ଭିତରେ କାମ ସାରିବାକୁ କୁହାଯାଇଛି।

Leave A Reply

Your email address will not be published.