ନୂଆ ଖାଇ ପାଇଁ ଆଜି ପଶ୍ଚିମ ଓଡ଼ିଶା ଉତ୍ସବ ମୁଖର । କୃଷିଭିତ୍ତିକ ଗଣପର୍ବ ନୂଆଖାଇ ପାଇଁ ପ୍ରତି ଘରେ ଘରେ ପାଳନ ହେଉଛି ପର୍ବ ପର୍ବାଣି। ନୂଆଖାଇ ହେଉଛି ସାଂସ୍କୃତିକ ଜୀବନବୋଧ ଏବଂ ଜନଜୀବନ ସହିତ ଜଡିତ ପର୍ବ । ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗୀର, ସୋନପୁର, କଳାହାଣ୍ଡି, ନୂଆପଡ଼ା, ଦେବଗଡ଼, ଝାରସୁଗୁଡ଼ା, ଜିଲ୍ଲାର ଗଣପର୍ବ ହେଉଛି ନୂଆ ଖାଇ । ନବାନ୍ନ ଭକ୍ଷଣ ଉତ୍ସବ ନୂଆଖାଇ ବହୁ ବର୍ଷ ଧରି ଆନନ୍ଦ ଉତ୍ସବ ସହାକାରେ ପାଳୁଛନ୍ତି ପଶ୍ଚିମ ଓଡ଼ିଶାବାସୀ । ନୂଆ ଖାଇ ଅବସରରେ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ ଅଭିନନ୍ଦନ ଜଣାଇଛନ୍ତି ।
ନୂଆଖାଇ ଜୁହାର।
ନୂଆଖାଇ ଅବସରରେ ମୁଁ ଓଡ଼ିଶାର ଭାଇ ଓ ଭଉଣୀ ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳର ଭାଇ ଓ ଭଉଣୀ ମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି।
ସ୍ନେହ,ଶ୍ରଦ୍ଧା ଓ ସୌହାର୍ଦ୍ଦ୍ୟର ଏହି ଅନନ୍ୟ ଗଣପର୍ବ ସମସ୍ତଙ୍କ ପାଇଁ ସୁଖ,ଶାନ୍ତି ଓ ସମୃଦ୍ଧି ଆଣୁ,ଏହା ମୋର ଆନ୍ତରିକ କାମନା।— President of India (@rashtrapatibhvn) September 1, 2022
ମୁଖ୍ୟମମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।
ଆପଣମାନଙ୍କୁ ସମସ୍ତଙ୍କୁ ମୋର ନୂଆଁଖାଇର ଜୁହାର। ମା’ ସମଲେଶ୍ବରୀ ସମସ୍ତଙ୍କୁ ଭଲରେ ରଖନ୍ତୁ। #ନୂଆଁଖାଇଜୁହାର
ଆପଣମାନଙ୍କୁ ସମସ୍ତଙ୍କୁ ମୋର ନୂଆଁଖାଇର ଜୁହାର। ମା' ସମଲେଶ୍ବରୀ ସମସ୍ତଙ୍କୁ ଭଲରେ ରଖନ୍ତୁ। #ନୂଆଁଖାଇଜୁହାର 🙏 pic.twitter.com/YJHaAP2UNt
— Naveen Patnaik (@Naveen_Odisha) September 1, 2022
ଦୂରଦୂରାନ୍ତରେ ଥିବା ପରିବାର ସଦସ୍ୟମାନେ ଘରକୁ ଫେରିଛନ୍ତି । ନୂଆଖାଇରେ ପଶ୍ଚିମ ଓଡ଼ିଶାବାସୀଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ଦେଖିବାକୁ ମିଳିଛି ।
ଆଜି ପବିତ୍ର ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି । ପୂର୍ବାହ୍ନ ୧୦ଟା ୫୬ ମିନିଟ୍ରୁ ୧୧ଟା ୧୦ ମିନିଟ୍ ମଧ୍ୟରେ ଆରାଧ୍ୟ ଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଅର୍ପଣ କରିବାକୁ ସ୍ଥିର ହୋଇଛି । ଏହାପରେ ପାଶ୍ୱର୍ଦେବାଦେବୀଙ୍କୁ ନବାନ୍ନ ଲାଗି ହେବ । ସେହିପରି ତା ଉତାରୁ ପଶ୍ଚିମ ଓଡ଼ିଶାବାସୀ ଘରର କୂଳଦେବାଦେବୀଙ୍କ ନିକଟରେ ନବାନ୍ନ ଅର୍ପଣ କରି ନିଜେ ଭକ୍ଷଣ କରିବେ ବୋଲି ଚୂଡ଼ାନ୍ତ ହୋଇଛି । ଏଥିପାଇଁ ମା’ ସମଲେଶ୍ୱରୀଙ୍କ ମୁଖ୍ୟ ପୂଜକଙ୍କ ନିକଟକୁ ବି ୪ ଦିନ ତଳୁ ସ୍ୱତନ୍ତ୍ର କିସମର ନୂଆଁ ସରିଆ ଧାନ ଆସି ପହଞ୍ଚିସାରିଛି ।
ଓଡିଶାର କୃଷି ଭିତ୍ତିକ ଗଣପର୍ବ #ନୂଆଁଖାଇ ଅବସରରେ ମୋର ଶୁଭ ଅଭିନନ୍ଦନ । ମା’ ସମଲେଶ୍ବରୀଂକ କୃପା ଆମଉପରେ ରହୁ । 🙏 #NuakhaiJuhar @arvindpadhee pic.twitter.com/r81hR5pIzR
— Sudarsan Pattnaik (@sudarsansand) September 1, 2022
ଘର ଲିପାପୋଛାରୁ ଆରମ୍ଭ କରି ଚୁନା ପ୍ରସ୍ତୁତି ଯାଏ କାମ ଚାଲିଛି । ତେବେ, ଆଜିଠାରୁ ଘରେଘରେ ପିଠାପଣାର ଆସର ବି ଜମିଲାଣି ।ବ୍ରାହ୍ମଣମାନେ ନିଜ ଘରେ ଲକ୍ଷ୍ମୀ ପୂଜା କରି ଦେବୀଙ୍କ ନିକଟରେ ନବାନ୍ନ ଭୋଗ ଅର୍ପଣ କରନ୍ତି । ଆଦିବାସୀମାନେ ମଧ୍ୟ ଆଜି ଜାକଜକମରେ ନୂଆଖାଇ ପାଳନ କରୁଛନ୍ତି ।
Comments are closed.