Latest Odisha News

ନୂଆପଡ଼ା ଉପନିର୍ବାଚନରେ ଆଚରଣବିଧି ଉଲ୍ଲଙ୍ଘନ ହେଉଥିବା ଅଭିଯୋଗ ଆଣିଲେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର: ୧୧ ନଭେମ୍ବରରେ ଅନୁଷ୍ଠିତ ହେବ ନୂଆପଡ଼ା ବିଧାନସଭା ଉପନିର୍ବାଚନ । ଏହା ପୂର୍ବରୁ ​​୪୮ ଘଣ୍ଟାର ନୀରବ ଅବଧି ମଧ୍ୟରେ ଗୁରୁତର ଉଲ୍ଲଂଘନ ହୋଇଥିବା ନେଇ ସୋମବାର ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ ଅଭିଯୋଗ କରିଛନ୍ତି ।

୪୮ ଘଣ୍ଟାର ନୀରବତା ଅବଧିକୁ କଡ଼ା କଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ନବୀନ ECIଙ୍କ ନିକଟରେ ଦାବି କରିଛନ୍ତି । ନିର୍ବାଚନ କମିଶନଙ୍କ ଗାଇଡଲାଇନ ଅନୁଯାୟୀ ସାଇଲେଣ୍ଟ ପିରିୟଡ ଆରମ୍ଭ ହେବା ପରେ ଜିଲ୍ଲା ବାହାରର କୌଣସି ରାଜନେତା ଓ ପ୍ରଚାରକ ରହିପାରିବେ ନାହିଁ, କିନ୍ତୁ ନୂଆପଡ଼ା ବାହାରେ ବିଜେପି ନେତା ଏବଂ ମନ୍ତ୍ରୀମାନେ ଏବେ ବି ଘୁରି ବୁଲୁଛନ୍ତି । ଏହା ସହ ଭୋଟରକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ନବୀନ ଅଭିଯୋଗ ଆଣିଛନ୍ତି ।

ବିଜେଡି କର୍ମୀ ଏହାର ବିରୋଧ କରିବାରୁ ସେମାନଙ୍କୁ ଥାନାରେ ଅଟକ ରଖାଯାଉଛି । ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ପୋଲିସ ପକ୍ଷପାତି ଭାବେ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି । ନିର୍ବାଚନର ନିରପେକ୍ଷତାକୁ ଉଲ୍ଲଂଘନ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ନିର୍ବାଚନର ବିଶ୍ୱସନୀୟତା ବଜାୟ ରଖିବାକୁ ECI ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହୋଇଛି ।

Comments are closed.