Latest Odisha News

BREAKING NEWS

[ଭିଡ଼ିଓ] ପରିଶୋଧ ହୋଇପାରୁନି ଋଣ, ଟଙ୍କା ଗଣି ଚାଷୀ ନୟାନ୍ତ

ଖଡିଆଳ: ଋଣ ଯନ୍ତାରେ ଚାଷୀ । ଚାଷ କାମ ପାଇଁ ଋଣ ଆଣିଥିଲେ । ତାକୁ ପରିଶୋଧ କରିଚାଲିଥିଲେ ବି ଏଯାଏ ଋଣ ମୁକ୍ତ ହୋଇପାରିନାହାନ୍ତି । ଏ ହେଉଛନ୍ତି ନୂଆପଡ଼ା ଖଡିଆଳ ସାନମହେଶ୍ୱର ଗାଁର ଭୁବନ ଗଉଡ଼ । ବ୍ୟାଙ୍କରୁ ୫୧ହଜାର ଟଙ୍କା ଋଣ ଆଣିଥିବା ବେଳେ ୧୭ ହଜାର ଟଙ୍କାର ସବସିଡି ଥିଲା ।

ତେବେ ଚାଷ କରି ଭୁବନ ସମସ୍ତ ଋଣପରିଶୋଧ କରିଚାଲିଥିଲେ ବି ଏବେ ତାଙ୍କ ମୁଣ୍ଡରେ ଲକ୍ଷାଧିକ ଟଙ୍କାର ବୋଝ । ତେବେ ବ୍ୟାଙ୍କ କର୍ମଚାରୀ ତାଙ୍କୁ ଠକି ରସିଦ୍ ଦେଉନଥିବା ବେଳେ ପ୍ରତିବାଦ କଲେ ଦୁର୍ବ୍ୟବହାର କରିବା ସହିତ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଛନ୍ତି ଭୁବନ।
ଭୁବନଙ୍କ ସମସ୍ୟା ଜଣାଯିବା ସହିତ ଖୁବଶିଘ୍ର ତାର ଋଣ ପରିଶୋଧ କରିବା ନେଇ ଦାବି ହୋଇଛି ।

ସେପଟେ ଘଟଣାକୁ ସମ୍ପୁର୍ଣ୍ଣ ଖଣ୍ଡନ କରିବା ସହିତ ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି ଶାଖା ପରିଚାଳକ ଜଣାଇଛନ୍ତି । ଚାଷୀ ମାନଙ୍କୁ ସହାୟତା ପାଇଁ ବିଭିନ୍ନ ପ୍ରକାର ସୁବିଧା କରାଯାଉଥିବା ବେଳେ ସେମାନଙ୍କ ସହ ଚଞ୍ଚକତା କରାଯାଇ ଶୋଷଣ କରାଯିବା ଘଟଣା ବେଶ୍ ନିନ୍ଦନୀୟ । .. .

Comments are closed.