ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଅଞ୍ଚଳରେ ଜୁଆ ଆଡ୍ଡା ଠାବ ଘଟଣାରେ ଆକ୍ସନ ମୋଡରେ ରହିଛି ପୋଲିସ। ଏହି ଘଟଣାରେ ଜୋଙ୍କ ଥାନା ଆଇଆଇସିଙ୍କୁ ନିଲମ୍ବିତ କରିଛନ୍ତି ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ। ଆଜି ଏନେଇ ବିଜ୍ଞପ୍ତି ଜାରି ହୋଇଛି। ଆଇଆଇସିଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଆଦେଶ ବଳବତ୍ତର ଥିବା ପର୍ଯ୍ୟନ୍ତ ସେ କୋରାପୁଟ ଡିଆଇଜିଙ୍କ ନିୟନ୍ତ୍ରଣରେ ରହି କାର୍ଯ୍ୟ କରିବେ ବୋଲି ନିର୍ଦ୍ଦେଶନାମାରେ ଦର୍ଶାଯାଇଛି।
ସୂଚନା ଅନୁଯାୟୀ ଗତକାଲି ଜୋଙ୍କ ଥାନା ଅଞ୍ଚଳରେ ଏକ ବଡ ଧରଣର ଜୁଆ ଆଡ୍ଡା ଠାବ ହୋଇଥିଲା। କୋରାପୁଟ ଡିଆଇଜିଙ୍କ ଏହି ଆଡ୍ଡା ଉପରେ ନୂଆପଡ଼ା ପୋଲିସ ଚଢାଉ କରିଥିଲା। ଚଢାଉରେ ୮୧ ଜଣ ଜୁଆଡୀଙ୍କୁ ଗିରଫ କରାଯିବା ସହ ୨୯ ଲକ୍ଷ ୫୫ ହଜାର ଟଙ୍କା ମଧ୍ୟ ଜବତ ହୋଇଥିଲା । ଏହି ଘଟଣା ପରେ ଆଇଆଇସିଙ୍କ ବିରୋଧରେ ଡିଜିପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।