Latest Odisha News

BREAKING NEWS

ନଭେମ୍ବର ୩୦ରୁ ନୂଆପଡ଼ାରେ ଖରିଫ ଧାନ ସଂଗ୍ରହ, ପ୍ରତି ମଣ୍ଡିରେ ଲାଗିବ CCTV

ନୂଆପଡ଼ା: ଖରିଫ ଧାନ କିଣା ନେଇ ନୂଆପଡ଼ାରେ ଜିଲ୍ଲାସ୍ତରୀୟ ଧାନକ୍ରୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକର ନିଷ୍ପତ୍ତି ଅନୁସାରେ ନୂଆପଡ଼ା ଜିଲ୍ଲାରେ ଆସନ୍ତା ୩୦ ତାରିଖରୁ ଖରିଫ୍ ଧାନ ସଂଗ୍ରହ କରାଯିହ । ଖରିଫ ଧାନ ସଂଗ୍ରହ ପାଇଁ ଚଳିତ ବର୍ଷ ଜିଲ୍ଲାରେ ୪୧ ହଜାର ୬୦୭ ଚାଷୀ ପଞ୍ଜୀକୃତ କରିଛନ୍ତି ।

ପ୍ୟାକ୍ସରେ ୩୬ ହଜାର ୧୩ ଜଣ, ସ୍ୱୟଂ ସହାୟକ ଗୋଷ୍ଠୀରେ ୫ ହଜାର ୮୦୫ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି । ଏବର୍ଷ ୨୬ଟି ପ୍ୟାକ୍ସ ତରଫରୁ ୫୭ଟି ମଣ୍ଡି ଓ ୧୫ଟି ସ୍ୱୟଂ ସହାୟକ ଗୋଷ୍ଠୀ ତରପକ୍ଷରୁ ୭୨ଟି ଧାନ ସଂଗ୍ରହ କେନ୍ଦ୍ର ଖୋଲିଯିବାକୁ ଲକ୍ଷ୍ୟ ରଖାଯାଇଥିବା ସୂଚନା ଦେଇଛନ୍ତି ନୂଆପଡ଼ା ଜିଲ୍ଲାପାଳ ।

ସେହିଭଳି ଚଳିତ ବର୍ଷ ୨୭ଟି ପୁରୁଣା ଓ ୪ଟି ନୂତନ ମିଲର୍ସ ଧାନ ସଂଗ୍ରହ କରିବାକୁ ସ୍ଥିରୀକୃତ ହୋଇଛି । ସାଧାରଣ କିସମ ଧାନ କ୍ୱିଣ୍ଟାଲ ପିଛା ୨୦୪୦ ଟଙ୍କା ଓ ଗ୍ରେଡ ‘ଏ’ ଧାନର କ୍ୱିଣ୍ଟାଲ ପିଛା ମୂଲ୍ୟ ୨୦୬୦ ଟଙ୍କା ରହିଛି । ଚଳିତ ବର୍ଷ ୧୪ ଲକ୍ଷ ୭୬ ହଜାର ୩୨୩ କ୍ୱିଣ୍ଟାଲ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖା ଯାଇଛି ।

ପ୍ରତ୍ୟେକ ମଣ୍ଡିରେ ଆରଏମସି ତରଫରୁ ସିସିଟିଭି ଲଗାଇବାକୁ ନିଷ୍ପତ୍ତି ହୋଇଥିବା ଜିଲ୍ଲାପାଳ କହିଛନ୍ତି । ଆୟୋଜିତ ଜିଲ୍ଲାସ୍ତରୀୟ ଧାନକ୍ରୟ କମିଟି ବୈଠକ ଜିଲ୍ଲାପାଳ ହେମକାନ୍ତ ସାଏଙ୍କ ଅଧ୍ୟକ୍ଷତାରେ ବସିଥିଲା । ବୈଠକରେ ଯୋଜନା ଓ ସମନ୍ୱୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ସହ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.