Latest Odisha News

BREAKING NEWS

ଶିକ୍ଷକ ନିଯୁକ୍ତି ଓ ବିଜ୍ଞାନ ଶିକ୍ଷକଙ୍କ ବଦଳି ଦାବିରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ

କାମାକ୍ଷାନଗର : ମହାବିରୋଡ଼ ଜନପ୍ରଭା ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ଶିକ୍ଷକ ନିଯୁକ୍ତି ଏବଂ ବିଜ୍ଞାନ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି ଦାବିରେ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ । ବିଦ୍ୟାଳୟରେ ନବମ ଦଶମ ଶ୍ରେଣୀ ପାଇଁ ମାତ୍ର ୪ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଡେପୁଟେସନରେ ପଠା ଯିବା ସହ କଳା ଶିକ୍ଷକ ପଦବୀ ସମ୍ପୂର୍ଣ୍ଣ ଖାଲି ରହିଛି ।

ଏଥିସହିତ କଙ୍କଡାହାଡ଼ ରାମେଶ୍ବର ଉଚ୍ଚ ବିଦ୍ୟାଳୟରୁ ବଦଳି ହୋଇ ଆସିଥିବା ବିଜ୍ଞାନ ଶିକ୍ଷକ ଶଙ୍କର୍ଷଣ ପଣ୍ଡାଙ୍କୁ ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନେ ବିରୋଧ କରୁଥିବା ଦେଖିବାକୁ ମିଳିଛି । ଶଙ୍କର୍ଷଣ ପଣ୍ଡାଙ୍କ ନାଁରେ ସଙ୍ଗିନ ଅଭିଯୋଗ ଥିବା ସେମାନେ ପ୍ରକାଶ କରିଛନ୍ତି । ବିଦ୍ୟାଳୟରେ କଳା ଶିକ୍ଷକ ନିଯୁକ୍ତି ନକଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଗ୍ରାମବାସୀ ମାନେ ଚେତାବନୀ ଦେଇଛନ୍ତି । ଏ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ କିମ୍ବା ପ୍ରଶାସନିକ ଅଧିକାରୀଙ୍କର କୌଣସି ପ୍ରତିକ୍ରିୟା ମିଳି ନଥିବା ସୂଚନା ।

Leave A Reply

Your email address will not be published.