Latest Odisha News

BREAKING NEWS

ହ୍ରାସ ପାଉଛି ଓଡ଼ିଆ ଆଇଏଏସ ଅଫିସରଙ୍କ ସଂଖ୍ୟା: ମନ୍ତ୍ରୀ

ଭୁବନେଶ୍ୱର: ଓଡିଶାରେ ହ୍ରାସ ପାଉଥିବା ଓଡିଆ ଆଇଏଏସ୍ ଅଧିକାରୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗରିବ ଛାତ୍ରଛାତ୍ରୀଙ୍କ ପାଇଁ ଆଇଏଏସ୍ କୋଚିଂ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।

“ରାଜ୍ୟରେ ଓଡିଆ ଆଇଏଏସ୍ ଅଧିକାରୀଙ୍କ ସଂଖ୍ୟା ହ୍ରାସ ପାଉଛି। ଓଡିଆ ଛାତ୍ରଛାତ୍ରୀ ମାନଙ୍କୁ ଆଇଏଏସ୍ କୋଚିଂ ଯୋଗାଇବା ପାଇଁ ସରକାର ବିଭିନ୍ନ ସର୍କଲରୁ ପ୍ରସ୍ତାବ ଗ୍ରହଣ କରିଛନ୍ତି। ତେଣୁ ଓଡିଆ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆଇଏଏସ୍ କୋଚିଂ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ବୁଧବାର ବିଧାନସଭାରର ସୂଚନା ଦେଇଛନ୍ତି।

ମାର୍ଚ୍ଚ ୭ରେ ରାଜ୍ୟ ସରକାର ଏ ସମ୍ପର୍କରେ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

ମାଗଣାରେ ତାଲିମ ପାଇଁ ୧୦୦ ରୁ ଅଧିକ ବାଳକ ଏବଂ ବାଳିକା ଚୟନ କରାଯାଇଛି। ଯେଉଁ ଛାତ୍ରମାନଙ୍କର ପିତାମାତାଙ୍କ ବାର୍ଷିକ ଆୟ ୨ ଲକ୍ଷରୁ କମ୍, ସେମାନଙ୍କୁ ଚୟନ କରାଯାଇଥିଲା ।

ଛାତ୍ରଛାତ୍ରୀମାନେ ବାଧ୍ୟତାମୂଳକ ଭାବେ ୯୦ ପ୍ରତିଶତ କ୍ଲାସରେ ଯୋଗଦେବାକୁ ପଡ଼ିବ । ସେମାନେ ଦୁଇଟି ବ୍ୟାଚ୍ ରେ ତାଲିମ ପାଇବେ ।୫୦ ଜଣ ସକାଳ ୭.୩୦ ରୁ ୧୦ ଟା ପର୍ଯ୍ୟନ୍ତ ତାଲିମ ପାଇବେ, ବାକି ୫୦ ଜଣ ସନ୍ଧ୍ୟା ୬ ରୁ ୮ ଟା ପର୍ଯ୍ୟନ୍ତ ତାଲିମ ପାଇବେ ।

Comments are closed.