Latest Odisha News

BREAKING NEWS

ନୁପୁରଙ୍କୁ ନେଦରଲ୍ୟାଣ୍ଡର ସାଂସଦଙ୍କ ପ୍ରଶଂସା, କହିଲେ ଭାରତ ଭୁଲ ମାଗିବ କାହିଁକି?

ନୂଆଦିଲ୍ଲୀ: ନୂପୁର ଶର୍ମାଙ୍କ ଟିଭି ଡିବେଟର ବିବାଦୀୟ ଉକ୍ତିକୁ ନେଇ ମୁସଲିମ ଦେଶ, ତାଙ୍କର (ଓଆଇସି) ସଂଗଠନ ନିନ୍ଦା କରିଥିବା ବେଳେ  ନେଦରଲ୍ୟାଣ୍ଡର ଜଣେ ସାଂସଦ ନୂପୁର ଶର୍ମାଙ୍କୁ ଢ଼େର ପ୍ରଶଂସା କରି ଏକାଧିକ ଟୁଇଟ କରିଛନ୍ତି ।

ତାଙ୍କର ଟ୍ୱିଟକୁ ଭାରତର ଲୋକେ ମଧ୍ୟ ଢ଼େର ଲାଇକ ଏବଂ ସେୟାର କରୁଥିବା ଦେଖିବାକୁ ମିଳୁଛି । ଗଲ୍ଫ ଦେଶ କୁହାଯାଉଥିବା ମୁସଲିମ ଦେଶମାନେ ନୁପୁରଙ୍କୁ ନିନ୍ଦା କରୁଥିବାରୁ ଗର୍ଟ କହିଛନ୍ତି ଏପରି କରିବା ପାଇଁ ତାଙ୍କର ଅଧିକାର ନାହିଁ । ଏହି ସବୁ ଦେଶରେ ନା ମାନବିକ ଅଧିକାରକୁ ସମ୍ମାନ ଦିଆଯାଉଛି ନା ଏଠାରେ ଗଣତନ୍ତ୍ର ବୋଲି କିଛି ଅଛି ।  ନେଦରଲ୍ୟାଣ୍ଡ ସାଂସଦ ଗର୍ଟ ୱାଇଲ୍ଡର୍ସ ଏକାଧିକ ଟୁଇଟ୍‌ରେ କହିଛନ୍ତି ଯେ ନିନ୍ଦା କେବେ ଲାଭ କରେ ନାହିଁ, କିନ୍ତୁ ଜିନିଷକୁ ଆହୁରି ଖରାପ କରିଥାଏ।

ଗର୍ଟ ଲେଖିଛନ୍ତି, “ତୁଷ୍ଟିକରଣ କେବେ କାମ କରେ ନାହିଁ। ଏହା କେବଳ ପରିସ୍ଥିତିକୁ ଖରାପ କରିଦିଏ। ତେଣୁ ମୋର ପ୍ରିୟ ବନ୍ଧୁମାନେ, ଇସଲାମ ଦେଶଗୁଡିକର ଧମକକୁ ନେଇ ଡରନ୍ତୁ ନାହିଁ। ସ୍ୱାଧୀନତା ପାଇଁ ଛିଡା ହୁଅନ୍ତୁ ଏବଂ ଗର୍ବିତ ହୁଅନ୍ତୁ। ଆପଣଙ୍କ ନେତା ନୁପୁର ଶର୍ମାଙ୍କ ସୁରକ୍ଷା ପାଇଁ ଆସନ୍ତୁ। ଯେଉଁମାନେ ସତ୍ୟ କହିଛନ୍ତି। ତାଙ୍କ ପଛରେ ଭାରତବାସୀ ଠିଆ ହୁଅନ୍ତୁ । ନୁପୁର ଶର୍ମା କିଛି ଭୁଲ କହିନାହାଁନ୍ତି  । ଯାହା ବହିରେ ତଥ୍ୟ ଅଛି ତାକୁ କେବଳ ସେ କହିଛନ୍ତି । ଏପରିକି ଏହି କଥା ଅନେକ ମୁସଲମାନେ ମଧ୍ୟ କୁହନ୍ତି । କିନ୍ତୁ ତାଙ୍କୁ କେହି ମାରିବାକୁ ଧମକ ଦିଅନ୍ତି ନାହିଁ ବୋଲି ସାଂସଦ ଗର୍ଟ ଟୁଇଟ କରିଛନ୍ତି ।

ଏଭଳି ରୋକଠୋକ କଥା ପାଇଁ  ଗିର୍ଟ ୱାଇଲଡର୍ସଙ୍କୁ ଥରେ ବ୍ରିଟେନରେ ପ୍ରବେଶ କରିବାକୁ ବାରଣ କରାଯାଇଥିଲା। ଅବଶ୍ୟ, ଏହି ପ୍ରତିବନ୍ଧକ ପରେ ପ୍ରତ୍ୟାହାର କରାଯାଇଥିଲା  । ଜିର୍ଟ ୱାଇଲ୍ଡର୍ସଙ୍କ ଏହି ଟ୍ୱିଟକୁ ଏପର୍ଯ୍ୟନ୍ତ ପ୍ରାୟ 30000 ଥର ରିଟ୍ୱିଟ କରାଯାଇଛି। 70 000 ଲୋକ ଲାଇକ କରିଛନ୍ତି  । ଭାରତରେ ଅନେକ ବିଜେପି ସମର୍ଥକ ଏହି ଟୁଇଟ୍ ସେୟାର କରୁଛନ୍ତି।

ସେ ତାଙ୍କର ଶେଷ ଟ୍ୱିଟରେ ଦାବି କରିଛନ୍ତି ଯେ ନୁପୁର ଶର୍ମାଙ୍କୁ ସମର୍ଥନ କରିଥିବାରୁ ତାଙ୍କୁ ଅନେକ ମୁସଲମାନ ମୃତ୍ୟୁ ସହ ଧମକ ଦେଇଛନ୍ତି। ସେ ଅନ୍ୟ ଏକ ଟ୍ୱିଟରେ ଲେଖିଛନ୍ତି, “ଏହା ଅତ୍ୟନ୍ତ ହାସ୍ୟାସ୍ପଦ ଯେ ଆରବ ଏବଂ ଇସଲାମୀୟ ଦେଶ ଭାରତୀୟ ନେତା ନୁପୁର ଶର୍ମାଙ୍କ ଉପରେ ସତ୍ୟ କହିବା ପାଇଁ ରାଗିଛନ୍ତି। ଭାରତ କାହିଁକି କ୍ଷମା ପ୍ରାର୍ଥନା କରିବ?”ମଙ୍ଗଳବାର ଦିନ ଅନ୍ୟ ଏକ ଟ୍ୱିଟରେ  ୱାଇଲ୍ଡର୍ସ ଇସଲାମ ଦେଶକୁ ଟାର୍ଗେଟ କରିଛନ୍ତି। ସେ ଲେଖିଛନ୍ତି, “କପଟୀମାନଙ୍କ କଥା ଶୁଣ ନାହିଁ। ଇସଲାମ ଦେଶଗୁଡିକରେ ଗଣତନ୍ତ୍ର ନାହିଁ, ଆଇନର ନିୟମ ନାହିଁ କିମ୍ବା ସ୍ୱାଧୀନତା ନାହିଁ। ସେମାନେ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ନିର୍ଯ୍ୟାତନା ଦେଉଛନ୍ତି ଏବଂ ମାନବିକ ଅଧିକାରକୁ ଏପରି ବ୍ୟବହାର କରୁଛନ୍ତି ଯାହା ଅନ୍ୟ କେହି କରନ୍ତି ନାହିଁ। ସେମାନଙ୍କୁ ସମାଲୋଚନା କରାଯିବା ଜରୁରୀ!” ବୁଧବାର ଦିନ ଟୁଇଟ୍‌ରେ  ୱାଇଲଡର୍ସ ନିବେଦନ କରିଛନ୍ତି ଯେ ନୁପୁର ଶର୍ମାଙ୍କ ସୁରକ୍ଷା ପାଇଁ ସମଗ୍ର ଭାରତ ଏକଜୁଟ ହେବା ଉଚିତ।

ଏହା ସହ ଫିଲ୍ମ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ମଧ୍ୟ ନୁପୁରଙ୍କୁ ସମର୍ଥନ କରିଛନ୍ତି  । କଙ୍ଗନା ନୁପୁରକୁ ସମର୍ଥନ କରି କହିଛନ୍ତି ଯେ ଏହା ଆଫଗାନିସ୍ତାନ ନୁହେଁ ଯିଏ ତାଙ୍କ ମତ ରଖିପାରିବ ନାହିଁ, ସେ ନିଜର ମତ ରଖିପାରିବେ । ଏଥିରେ ଅନ୍ୟମାନଙ୍କୁ କାହଁକି ଅସୁବିଧା ହେଉଛି । ଇନଷ୍ଟାଗ୍ରାମରେ କଙ୍ଗନା କହିଛନ୍ତି ଯେ ନୁପୁର ତାଙ୍କ ମନ କଥା କହିବା ପାଇଁ ମୁକ୍ତ । କଙ୍ଗନା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି, “ମୁଁ ତାଙ୍କୁ ଦିଆଯାଇଥିବା ସମସ୍ତ ପ୍ରକାର ଧମକ ଦେଖିଛି । ଯେତେବେଳେ ହିନ୍ଦୁ ଦେବତା ପ୍ରତିଦିନ ଅପମାନିତ ହୁଅନ୍ତି, ସେତେବେଳେ ଆମେ କୋର୍ଟକୁ ଯାଉ । ଏମିତି ଧମକ ଦେବା ଠିକ ନୁହେଁ । ଏହା ଆଫଗାନିସ୍ତାନ ନୁହେଁ । ଆମେ ସରକାର ଏକ ପୂର୍ଣ୍ଣ ବ୍ୟବସ୍ଥା ନୀତିନିୟମରେ ଚାଲୁଛି, ଯାହା ଲୋକମାନଙ୍କ ଦ୍ୱାରା ନିର୍ବାଚିତ ଏବଂ ଏହାକୁ ଗଣତନ୍ତ୍ର କୁହାଯାଏ । ଏହା କେବଳ ସେମାନଙ୍କୁ ସ୍ମରଣ କରିବା ପାଇଁ, ଯେଉଁମାନେ କେବଳ ଏହି କଥାକୁ ସବୁବେଳେ ଭୁଲିଯାଆନ୍ତି ।”

Leave A Reply

Your email address will not be published.