Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ରଥଖଳାରେ ଚାଲିଛି ଜୋରସୋରରେ କାମ : ତିନିରଥର ଦଣ୍ଡ ଉଠି କୋଣଗୁଜ ସଂଯୋଗ

ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଜୋର ସୋରରେ ଆଗେଇ ଚାଲିଛି । ଗୟଳ ହଣା କାର୍ଯ୍ୟ ଜାରି ରହିଥିବା ବେଳେ ନିରାଡି କାର୍ଯ୍ୟ ଶେଷ ହୋଇଛି । ତିନି ରଥର ଦଣ୍ଡା ଉଠି ଏଥିରେ ନିରାଡ଼ି, କୋଣଗୁଜ ଆଦି ସଂଯୋଗ କରାଯାଇଛି । ତିନି ରଥର ଦଣ୍ଡା ପଡ଼ିଲା ପରେ ତିନିରଥର ‘ଦଣ୍ଡା ଗୋଳେଇ’ କାର୍ଯ୍ୟ ପରେ ଦଣ୍ଡାଗୁଡ଼ିକରେ ଅର୍ଦ୍ଧଚନ୍ଦ୍ରାକାର ଖୋଦେଇ ସାରି ଦଣ୍ଡା ଓ ଅଖକୁ ଖାପରେ ପକାଇ ଦଉଡ଼ିରେ ଟାଣ ଦେଇ ବାନ୍ଧିଥିଲେ ।

ଏହାପରେ ପଞ୍ଚ ଦଣ୍ଡା ଆଗ ଓ ପଛରେ ମୁହାଣ୍ଡ ସଂଯୋଗ ହୋଇଥିଲା । ଆଗ ମୁହାଣ୍ଡରେ ୫ଟି ସାଲ ଗୁଜ ଓ ପଛ ମୁହାଣ୍ଡରେ ୩ଟି  ଜଳଯନ୍ତ୍ର ସହ ଦୁଇଟି ସାଲଗୁଜ ଉଠି ଗୁଜ ଉପରେ ନିରାଡ଼ି  ଉଠିଛି । ତିନି ରଥର ମହାରଣା, ଓଝା, ଭୋଇ ସେବକମାନେ ପଞ୍ଚ ଦଣ୍ଡାରେ କଣ୍ଟା ବାଡ଼ିଆ କାର୍ଯ୍ୟ ସଂପନ୍ନ କରିବେ |

ତିନିରଥର ରୂପକାର ସେବକମାନେ କୁମ୍ଭ, ଡାଳିଲତା, ପଦ୍ମ ପାଖୁଡ଼ା ଖୋଦେଇ ଜାରି ରଖିଛନ୍ତି। ତିନି ରଥର ୪ଟି ଲେଖାଏଁ ନାଟଗୋଡ଼ରେ ଗନ୍ଧର୍ବ ରୂପ ଖୋଦେଇ ଜାରି ରହିଛି। ଦୋଳବେଦି ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ତିନି ରଥର ଦଣ୍ଡା ଉପରିଭାଗ ପାଇଁ କଣ୍ଟା ନିର୍ମାଣ ଜାରି ରଖିଛନ୍ତି।

Leave A Reply

Your email address will not be published.