Latest Odisha News

BREAKING NEWS

ଜାଇଫଳ ଦୂର କରେ ଅନେକ ରୋଗ!

ଭୁବନେଶ୍ବର: ରୋଷେଇଘରେ ବ୍ୟବହାର ହେଉଥିବା ଜାଇଫଳ କେବଳ ମସଲା ନୁହେଁ ଏଥିରେ ଅନେକ ଔଷଧୀୟ ଗୁଣ ରହିଛି । ଆୟୁର୍ବେଦ ଉପଚାର ଭାବେ ମଧ୍ୟ ବହୁତ କାମ ଦିଏ । ମୁଣ୍ଡ ବିନ୍ଧୁଥିଲେ ଜାଇଫଳ ଘୋରି ଲଗାଇଲେ ଭଲ ହୋଇଯାଏ , ଏଥିସହ ଏହା ଚେହେରାରୁ ବ୍ରଣ ମଧ୍ୟ ଭଲ କରିଥାଏ ।

ଆସନ୍ତୁ ଜାଣିବା ଏହାର ଅନେକ ଉପକାରିତା ବିଷୟରେ..

-ଶରୀରରେ ପୁରୁଣା ଦାଗ ରହିଥିଲେ ପ୍ରତିଦିନ ତା’ ଉପରେ ଜାଇଫଳ ଘୋରି ଲଗାନ୍ତୁ । ଉକ୍ତ ଚିହ୍ନ ଚାଲିଯିବ ।

-ବାନ୍ତି ଲାଗୁଥିଲେ ଜାଇଫଳ ଘୋରି ଏହାର ପାଣି ପିଇଲେ ସୁସ୍ଥ ଲାଗିବ ।

-ସନ୍ତାନ ପ୍ରସବ ପରେ ଅଣ୍ଟାରେ ଯନ୍ତ୍ରଣା ହେଉଥିବା ମହିଳାମାନେ ସକାଳ ଓ ସନ୍ଧ୍ୟାରେ ଜାଇଫଳ ଘୋରି ଯନ୍ତ୍ରଣା ସ୍ଥାନରେ ଲଗାନ୍ତୁ ଉପଶମ ମିଳେ ।

– ମୁହଁର ସୁନ୍ଦରତା ପାଇଁ ଏହାକୁ ବ୍ୟବହାର କରିପାରିବେ । ଜାଇଫଳକୁ ଘୋରି ଲଗାଇଲେ ବ୍ରଣ ଭଲ ହୋଇଯାଏ ।

-ରାତିରେ ଜାଇଫଳରୁ ଖଣ୍ଡିଏ ପାଣିରେ ପକାଇ ପିଇଲେ ପେଟ ଥଣ୍ଡା ରହିଥାଏ । ଏହା ଦ୍ବାରା ରାତିରେ ଭଲ ନିଦ ହୁଏ ଓ ଏହା ସହିତ ହଜମ ପ୍ରକ୍ରିୟାକୁ ଶକ୍ତିଶାଳୀ କରେ । ଏଥିସହ ଗ୍ୟାସ, ବଦହଜମି, ପେଟ କାଟିବା ମଧ୍ୟ ଭଲ ହୋଇଯାଏ ।

-ଜାଇଫଳକୁ ମହୁ ସହିତ ବାଟି ପିଇଲେ ହୃଦରୋଗ ଭଲ ହୋଇଥାଏ ।

-ସକାଳେ ଜାଇଫଳକୁ ଘୋରି ଅଧ ଚାମଚ ଖାଇଲେ ଥଣ୍ଡାକାଶ ରୋଗ ଭଲ ହୁଏ ।

Comments are closed.