Latest Odisha News

ଶୀତ ଦିନେ ପିଅନ୍ତୁ ଏହି ଜୁସ୍ : ଅନେକ ରୋଗରୁ ମିଳିବ ଉପଶମ….

ନୂଆଦିଲ୍ଲୀ : ଶୀତ ଦିନେ ସାଧାରଣତଃ ଲୋକମାନେ ନିଜ ସ୍ବାସ୍ଥ୍ୟକୁ ନେଇ ବେଶ୍ ସଚେତନ ରହିଥାନ୍ତି  । ବେଳେ ବେଳେ ଲୋକମାନେ ଦ୍ବନ୍ଦ୍ବ ରେ ରହିଥାନ୍ତି କି ଶୀତଦିନେ କଣ ଖାଇଲେ , ତାହା ଆମ ସ୍ବାସ୍ଥ୍ୟ ପାଇଁ ହିତକାରୀ ହୋଇଥାଏ  । କିଛି ଲୋକ ବିଭିନ୍ନ ପ୍ରକାର ଫଳ ଖାଇବାକୁ ଭଲ ପାଆନ୍ତି ତ ଆଉ କେହି ଜୁସ୍ ପିଇବାକୁ ଭଲ ପାଆନ୍ତି  । ଆସନ୍ତୁ ଜାଣିବା ଶୀତଦିନେ କେଉଁ ଜୁସ୍ ପିଇବେ । ଆମେ ସାଧାରଣତଃ ଗାଜର ହାଲଓ୍ବା ଖାଇଥାଉ  । କେହି କେହି ଏହାକୁ ବିଭିନ୍ନ ତରକାରୀ ରେ ମଧ୍ୟ ବ୍ୟବହାର କରନ୍ତି  ।

ହଁ ଆଜ୍ଞା ଏହା ଆମ ସ୍ବାସ୍ଥ୍ୟ ପାଇଁ ବେଶ୍ ଉପଯୋଗୀ । ଗାଜରରେ ଅଧିକ ପରିମାଣରେ ଭିଟାମିନ୍ ଏ , ଏବଂ ଆଣ୍ଟି ଅକ୍ସିଡାଣ୍ଟ ରହିଥାଏ  । ଯାହା ଆମ ଦୃଷ୍ଟି ଶକ୍ତିକୁ ବଢାଇଥାଏ  । ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ମଧ୍ୟ ସହାୟକ ହୋଇଥାଏ  । ଏହାକୁ ଆମେ ଜୁସ୍ କରି ମଧ୍ୟ ପିଇପାରିବା  । କାରଣ ଏହା ସୁଗାର ଲେବଲ୍ ପରିଚାଳନା କରିବା ସହ ଲିଭର ଜନିତ ରୋଗରୁ ମଧ୍ୟ ମୁକ୍ତି ଦେଇଥାଏ । ଏହାବ୍ୟତୀତ ହୃଦରୋଗୀଙ୍କ ପାଇଁ ବେଶ୍ ଉପଯୋଗୀ । ଗାଜର ଜୁସ୍ ରେ କର୍କଟ ବିରୋଧୀ ଗୁଣ ମଧ୍ୟ ରହିଛି । ଏହା ଆମ ତ୍ବଚାକୁ ମଧ୍ୟ ସଠିକ୍ ରଖିଥାଏ  ।

Comments are closed.