ଲାହୋର: ଚଳିତ ଚାମ୍ପିୟନ୍ସ ଟ୍ରଫି କ୍ରିକେଟରେ ଇତିହାସ ରଚିଛି ନ୍ୟୁଜିଲାଣ୍ଡ । ଏଠାରେ ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ସମ୍ମୁଖରେ ୩୬୩ ରନର ବିଜୟ ଲକ୍ଷ୍ୟ ରଖିଛି । ଏହି ମ୍ୟାଚର ବିଜେତା ଫାଇନାଲରେ ଭାରତକୁ ଭେଟିବ । ଚାମ୍ପିୟନ୍ସ ଟ୍ରଫିରେ ଏହା ସର୍ବୋଚ୍ଚ ଦଳଗତ ସ୍କୋର । ଦକ୍ଷିଣ ଆଫ୍ରିକା ଏହି ଲକ୍ଷ୍ୟ ହାସଲ କଲେ ନୂତନ କୀର୍ତିମାନ ସ୍ଥାପନ କରିବ । ନ୍ୟୁଜିଲାଣ୍ଡର ରଚୀନ ରବୀନ୍ଦ୍ର ଓ କେନ ୱିଲିୟମସନ ବିସ୍ଫୋରକ ଶତକ ହାସଲ କରିଥିଲେ । ରଚୀନ ୧୦୧ ବଲରେ ୧୩ ଚୌକା ଓ ୧ ଛକା ସହାୟତାରେ ୧୦୮ ରନ କରିଥିଲେ । ସେହିପରି ୱିଲିୟମସନ ୯୪ ବଲରେ ୧୦ ଚୌକା ଓ ୨ ଛକା ବଳରେ ୧୦୨ ରନ ସଂଗ୍ରହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡାରେଲ ମିଚେଲ ଓ ଗ୍ଲେନ ଫିଲିପ୍ସ ୪୯ ଲେଖାଏଁ ରନ କରିଥିଲେ । ଦକ୍ଷିଣ ଆଫ୍ରିକା ତରଫରୁ ଲୁଙ୍ଗୀ ଏନଗିଡି ୩ଟି ,କାଗିସୋ ରାବାଡା ୨ଟି ୱିକେଟ ହାସଲ କରିଥିଲେ । ପୂର୍ବରୁ ଚଳିତ ସଂସ୍କରଣରେ ଅଷ୍ଟ୍ରେଲିଆ ୫ ୱିକେଟ ବିନିମୟରେ ୩୫୬ ରନ କରିଥିଲା ।
ଆଇସିସି ନକଆଉଟରେ ସର୍ବୋଚ୍ଚ ସ୍କୋର-
ଭାରତ: ୩୯୭/୪ ବିପକ୍ଷ ନ୍ୟୁଜିଲାଣ୍ଡ, ୱାଙ୍ଖେଡ ୨୦୨୩ ସେମିଫାଇନାଲ ।
ନ୍ୟୁଜିଲାଣ୍ଡ: ୩୯୩/୬ ବିପକ୍ଷ ୱେଷ୍ଟଇଣ୍ଡିଜ, ୱେଲିଂଟନ ୨୦୧୫ କ୍ୱାର୍ଟରଫାଇନାଲ ।
ନ୍ୟୁଜିଲାଣ୍ଡ: ୩୬୨/୬ ବିପକ୍ଷ ଦକ୍ଷିଣ ଆଫ୍ରିକା, କରାଚୀ , ୨୦୨୫ ସେମିଫାଇନାଲ
ଅଷ୍ଟ୍ରେଲିଆ: ୩୫୯/୨ ବିପକ୍ଷ ଭାରତ, ଜୋହାନ୍ସବର୍ଗ ୨୦୦୩ ଫାଇନାଲ ।
ପାକିସ୍ତାନ: ୩୩୮/୪ ବିପକ୍ଷ ଭାରତ, ଓଭାଲ ୨୦୧୭ ଫାଇନାଲ ।
Comments are closed.