Latest Odisha News

ଗ୍ରେଟର ହେବ ଭୁବନେଶ୍ବର: ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର

ଭୁବନେଶ୍ୱର: ତିଆରି ହେବ ଗ୍ରେଟର ଭୁବନେଶ୍ବର। ଏଥିରେ ପୁରୀ, କୋଣାର୍କ, କଟକ, ଖୋର୍ଦ୍ଧା, ପାରାଦୀପ ମିଶିବ। ଭୁବନେଶ୍ବର ସହ ମିଶି ହେବ ବଡ଼ ସହର। ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ବିକଶିତ ଓଡିଶା ଭିଜନ ନେଇ ତିଆରି ହେବ ଗ୍ରେଟର ଭୁବନେଶ୍ୱର । ସମସ୍ତ ସହରକୁ ସଂଯୋଗ କରିବା ପାଇଁ ରିଙ୍ଗ ରୋଡ୍‌ ହେବ। ଭୁବନେଶ୍ଵରର ଅନେକ ଜାଗା ବିଏମସିରେ ମିଶିନାହିଁ। ଟାଉନ୍ ପ୍ଲାନିଂ ସ୍କିମ୍‌ରେ ପ୍ରଥମେ ବିଏମସିରେ ସଂଯୋଗ କରାଯିବ।ଏନେଇ ସମୀକ୍ଷା ବୈଠକ ସରିଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି।

 

Comments are closed.