Latest Odisha News

ଔରଙ୍ଗଜେବଙ୍କୁ ପ୍ରଶଂସା କରି ସପା ବିଧାୟକ ନିଲମ୍ବିତ

ନୂଆଦିଲ୍ଲୀ: ମୋଗଲ ଶାସକ ଔରଙ୍ଗଜେବଙ୍କୁ ପ୍ରଶଂସା କରି ସପା ବିଧାୟକ ଆବୁ ଆଜମୀ ଅଡୁଆରେ ପଡିଛନ୍ତି। ତାଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଥିବା ବେଳେ ତାଙ୍କୁ ବିଧାନସଭାରୁ ନିଲମ୍ବିତ କରାଯାଇଛି।

ମହାରାଷ୍ଟ୍ରର ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ଚନ୍ଦ୍ରକାନ୍ତ ପାଟିଲ ଗୃହରେ ଆବୁ ଆଜମୀଙ୍କ ବିରୋଧରେ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଯାହାକୁ କେନ୍ଦ୍ର କରି ଅଧିବେଶନରେ ତାଙ୍କୁ ପ୍ରବେଶ କରିବାର ଅନୁମତି ଦିଆଯିବନାହିଁ। ମଙ୍ଗଳବାର ଦିନ ଆଜମୀ ଔରଙ୍ଗଜେବଙ୍କୁ ପ୍ରଶଂସା ପ୍ରସଙ୍ଗରେ ମହାରାଷ୍ଟ୍ର ବିଧାନସଭାର ଶାସକ ମେଣ୍ଟ ମହାୟୁତିର ସଦସ୍ୟମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଏପରିକି ବିଧାନସଭାରୁ ତାଙ୍କ ନିଲମ୍ବନ ପାଇଁ ଦାବି ମଧ୍ଯ କରାଯାଇଥିଲା। ତେବେ ଏହା ସହ ତାଙ୍କ ବିରୋଧରେ ଦେଶଦ୍ରୋହର ମାମଲା ମଧ୍ଯ ରୁଜୁ କରିବାକୁ ଦାବି ହୋଇଛି।

Comments are closed.