Latest Odisha News

BREAKING NEWS

ଗଞ୍ଜାମରେ ଓଏଏସ ସ୍ତରରେ ଅଦଳବଦଳ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ) ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର।

ବିଡିଏ ସଚିବ ସମ୍ବିତ ରାଉତଙ୍କ ଗତ ଡିସେମ୍ବର ୬ ତାରିଖରେ ବ୍ରହ୍ମପୁର ମହାନଗର ନିଗମର ଅତିରିକ୍ତ କମିଶନର ଭାବେ ବଦଳି ହୋଇଥିଲା। ଏହି ବଦଳି ନିର୍ଦ୍ଦେଶକୁ ରାଜ୍ୟ ସରକାର ବୁଧବାର ବାତିଲ କରିଛନ୍ତି।

ଛତ୍ରପୁର ଉପ-ଜିଲ୍ଲାପାଳ ନୀଳମାଧବ ଭୋଇଙ୍କ ବ୍ରହ୍ମପୁର ମହାନଗର ନିଗମର ଅତିରିକ୍ତ କମିଶନର ଭାବେ ବଦଳି ହୋଇଛି। ସେରଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମ୍ବୁନାଥ ନନ୍ଦିଙ୍କୁ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଏପିଡ଼ି(ଆଡ଼ମିନ) ଭାବେ ଅବସ୍ଥାପିତ କରାଯାଇଛି।

ରଙ୍ଗେଇଲୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ରଙ୍କୁ ଛତ୍ରପୁର ଉପ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି।

ତାଙ୍କୁ ଗତ ୨୭ ତାରିଖରେ ଡିଆରଡିଏ ଏପିଡ଼ି(ଆଡ଼ମିନ) ଭାବେ ଯେଉଁ ବଦଳି ନିର୍ଦ୍ଦେଶ ଜାରି ହୋଇଥିଲା, ସେଇ ନିର୍ଦ୍ଦେଶକୁ ସରକାର ବାତିଲ କରିଛନ୍ତି।

Leave A Reply

Your email address will not be published.