Latest Odisha News

ଓସିଏସ ପ୍ରିଲିମ୍ ପରୀକ୍ଷା-୨୦୨୩; ୪୭୯୯ ଜଣ ପ୍ରାର୍ଥୀ ଉତୀର୍ଣ୍ଣ

ଭୁବନେଶ୍ୱର: ପ୍ରକାଶ ପାଇଲା ଓସିଏସ ପ୍ରିଲିମ୍ ରେଜଲ୍ଟ । ମେନ୍ ପାଇଁ ୪ ହଜାର ୭୯୯ ପରୀକ୍ଷାର୍ଥୀ ଯୋଗ୍ୟ ବିବେଚିତ ହୋଇଥିବା ବେଳେ, ଏମାନଙ୍କ ମଧ୍ୟରେ ୧୫୭୩ ମହିଳା ମେନ୍ସ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି ପରୀକ୍ଷା ୨୦୨୪ଡିସେମ୍ବର ୧୫ ତାରିଖରେ ଅନୁଷ୍ଠିତ ହୋଇଥିଲା ।

ତେବେ କେଉଁମାନେ ପ୍ରିଲିମ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ଓପିଏସ୍‌ସିର ୱେବ୍‌ସାଇଟ୍‌ http://opsc.gov.in କୁ ଯାଇ ନିଜର ରୋଲନମ୍ବର ଦେଲେ ଫଳାଫଳ ଜାଣିପାରିବେ । ଓପିଏସ୍‌ସି ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଚଳିତ ବର୍ଷ ୩୯୯ ଭାକେନ୍ସି ରହିଥିଲା । ଯାହାର ୧୨ ଗୁଣା ପରୀକ୍ଷାର୍ଥୀ ପ୍ରିଲିମ୍ ପରୀକ୍ଷାରେ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହାର ମେନ୍ସ ପରୀକ୍ଷା ପରବର୍ତ୍ତୀ ସମୟରେ ଘୋଷଣା କରାଯିବ ବୋଲି କୁହାଯାଇଛି ଓପିଏସ୍‌ସି ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.