Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଖାଣ୍ଟି ଓଡ଼ିଆଣୀ ବେଶରେ ନଜର ଆସିବେ ରାଣୀ ପଣ୍ଡା

ଭୁବନେଶ୍ୱର : କେତେବେଳେ କିଛି ବିବାଦ ନେଇ ତ ଆଉ କେତେବେଳେ ସମାଜ ସେବା ପାଇଁ। ଆଉ କେବେ କିଛି ଲୋକଙ୍କୁ ଟାର୍ଗେଟ କରି ଚର୍ଚ୍ଚା ସାଉଁଟିଥାନ୍ତି। କିଛି ଲୋକ ତ ତାଙ୍କ ବିବାଦୀୟ ରାଣୀ ପଣ୍ଡା ବୋଲି ମଧ୍ୟ କୁହନ୍ତି ।  ନିଜର ରୋକ୍ ଠୋକ୍ କଥା ପାଇଁ ସବୁବେଳେ ଚର୍ଚ୍ଚା ପରିସରକୁ ଆସୁଥିବା ରାଣୀ ଏବେ ପୁଣି ଫେରୁଛନ୍ତି। ତା ପୁଣି ନୂଆ ଲୁକ୍ ଆଉ ନୂଆ ଅନ୍ଦାଜରେ।

ପୁଣି ଯାତ୍ରା ପେଣ୍ଡାଲକୁ ଓହ୍ଲାଇବେ ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡା । ଏଥର କିଛି ନୂଆ ରୁପରେ ଆସିବାକୁ ଯାଉଛନ୍ତି ରାଣୀ ପଣ୍ଡା । ହଟ ପ୍ୟାଣ୍ଟ କି ଜିନସ ରେ ନୁହେଁ ଖାଣ୍ଟି ଓଡ଼ିଆଣୀ ବେଶରେ ଦର୍ଶକଙ୍କୁ ନଜର ଦେବେ ରାଣୀ । ଖୋଦ ନିଜ ଆତ୍ମ ଜୀବନୀକୁ ନେଇ ନାଟକରେ ନିଜ ଚରିତ୍ରରେ ଅଭିନୟ କରି ତାଙ୍କ ସଂଘର୍ଷମୟ ଜୀବନ ଦର୍ଶକଙ୍କୁ ଭେଟି ଦେବେ ।

ପ୍ରଯୋଜକ ମୁକ୍ତିକାନ୍ତ ସାମଲ ରାଣୀଙ୍କ ଜିବନୀକୁ ନେଇ ଯାତ୍ରା “ଘୋଡା ହାତୀ ଗଣ୍ଡା କୁ ଗଣ୍ଡା ଏକା ଲଢ଼ିବ ରାଣୀ ପଣ୍ଡା” ରେ ଅଭିନୟ କରିବାର ଅପଂର ଦେବା ପରେ ସେ ରାଜି ହୋଇଛନ୍ତି । ସବୁବେଳେ ଅଶ୍ମିଳ ଅଭିନେତ୍ରୀ ଭାବେ ରାଣୀ ପଣ୍ଡାକୁ ସମାଲୋଚନା କରୁଥିବା ଦର୍ଶକଙ୍କୁ ଏହି ଯାତ୍ରା ଦେଖିବାକୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.