Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଜଗାର ପସନ୍ଦ ମାଉସୀ ମାଆ ଘର ପୋଡ଼ ପିଠା

ପୁରୀ : ସ୍ନେହମୟୀ ଗୁଣ୍ଡିଚା ମାଉସୀ ମହାପ୍ରଭୁଙ୍କ ପାଇଁ ତିଆରି କରିଛନ୍ତି ପୋଡ଼ପିଠା , ଖାଦ୍ୟପ୍ରିୟ ମହାପ୍ରଭୁଙ୍କ ପାଖେ ଲାଗି ହେବ ପୋଡ଼ପିଠା  ।  ଦିନକ ପରେ ବାହୁଡ଼ା ଯାତ୍ରା ।  ବାହୁଡ଼ିବେ ମହାପ୍ରଭୁ । ମହାପ୍ରଭୁଙ୍କ  ବାହୁଡା ଯାତ୍ରାରେ ମାଉସୀ ମା’ ମନ୍ଦିରରେ ଶ୍ରୀଜିଉଙ୍କୁ ଲାଗି ହୁଏ ପୋଡପିଠା ଭୋଗ । ଏଥିପାଇଁ ସ୍ନେହମୟୀ ମାଉସୀ ଅତି ଶ୍ରଦ୍ଧାରେ ପ୍ରସ୍ତୁତ କରିଛନ୍ତି ପୋଡ ପିଠା । ଜଗା, ବଳିଆ ଓ ଭଉଣୀ ଶୁଭଦ୍ରାଙ୍କ ଠାରେ ଏହି ପୋଡପିଠା ଲାଗି ହେବ । ବିଭିନ୍ନ ପ୍ରକାର ସୁବାସିତ ଦ୍ରବ୍ୟର ମିଶ୍ରଣ କରି ଏହି ପୋଡ ପିଠା ପ୍ରସ୍ତୁତ କରାଯାଏ ।

ବଡ଼ଦାଣ୍ତର ମଧ୍ୟଭାଗରେ ଥିବା ଶ୍ରଜଗନ୍ନାଥଙ୍କ ମାଉସୀ ହେଉଛନ୍ତି ଅର୍ଦ୍ଧାଶିନୀ ବା ଅର୍ଦ୍ଧଶୋଷିନୀ। ପ୍ରଳୟ ଜଳକୁ ଶୋଷଣ କରୁଥିବାରୁ ତାଙ୍କର ଏପରି ନାଁ। ପ୍ରାକୃତିକ ଦୁର୍ବିପାକରୁ ସେ ଶ୍ରକ୍ଷେତ୍ରକୁ ସୁରକ୍ଷା ଦେଇଥାନ୍ତି। ପରମ୍ପରା ଅନୁଯାୟୀ ବାହୁଡ଼ା ଦିନ ରଥ ଶ୍ରୀମନ୍ଦିର ଅଭିମୁଖେ ଫେରୁଥିବା ସମୟରେ ମାଉସୀମା ପ୍ରସ୍ତୁତ କରିଥିବା ପୋଡପିଠା ପୁତୁରା, ଝିଆରୀଙ୍କୁ ଆଦର ଓ ଶ୍ରଦ୍ଧାରେ ଖୁଆଇବେ। ଏହା କାହିଁ କେଉଁ କାଳର ପରମ୍ପରା ବୋଲି ମାଉସୀ ମାଙ୍କ ସେବାୟତ କହିଛନ୍ତି।

ବିଧି ଓ ପରମ୍ପରା ଅନୁଯାୟୀ ହେରାପଞ୍ଚମୀ ଦିନ ପାରମ୍ପରିକ ବିଧିରେ ଚୁଲି ନିର୍ମାଣ କରାଯାଇ ପୋଡ଼ପିଠା ପ୍ରସ୍ତୁତ ହେଉଛି। ଛେନା, ଅଟା, ଚିନି, ଅଳେଇଚ, ଲବଙ୍ଗ, ପିସ୍ତା ବାଦାମ ଏବଂ ଘିଅର ଏକ ମିଶ୍ରଣ ପ୍ରସ୍ତୁତ ହୁଏ। ଇଟାରେ ଚୁଲି ପ୍ରସ୍ତୁତ କରି ଚୁଲିରେ ପାଣିହାଣ୍ତି ବସାଇ ଗରମ କରାଯାଏ। ହାଣ୍ତି ଉପରେ ଏକ ଜାଲି ପଡ଼ିଥାଏ। ଜାଲିରେ ଏକ ପାତ୍ର ପକାଯାଇ ଅଟା ମିଶ୍ରଣକୁ ରଖାଯାଏ। ଅଟା, ଚିନି, ଛେନା, ଘିଅ, ଲବଙ୍ଗ, ଅଳେଇଚକୁ ମିଶ୍ରଣ କରି ସାରାରାତି ବାମ୍ଫରେ ସିଝାଯାଏ ।

ଗରମ ପାଣିରୁ ନିର୍ଗତ ବାଷ୍ପରେ ୭ ରୁ ୮ ଘଣ୍ଟା ଏହି ମିଶ୍ରଣ ସିଝିଥାଏ।ସକାଳୁ ଶୀତଳ କରି ଖଂଡ ଖଂଡ କାଟି ଭଲ ଘିଅରେ ଛଣା ଯାଇଥାଏ ।  ବିଭିନ୍ନ ପ୍ରକାର ସୁବାସିତ ଦ୍ରବ୍ୟର ମିଶ୍ରଣ କରାଯାଇ ପୋଡ଼ପିଠା ପ୍ରସ୍ତୁତି କରାଯାଉଛି  ।  ସକାଳୁ ସେସବକୁ ଶୀତଳ କରାଯାଇ ଖଣ୍ଡ ଖଣ୍ଡ କରି ଭଲ ଘିଅରେ ଛଣାଯାଏ । ଏହା ସଂପୁର୍ଣ୍ଣ ମିଶି ପାଗ ହୋଇଯିବା ପରେ ତାହାକୁ ଓହ୍ଲାଇ ଥଣ୍ତା କରାଯାଏ। ପରେ ତାହାକୁ ସାଇଜ୍ କରି କଟାଯାଇ ଭଲ ଘିଅରେ ଛଣାଯାଏ। ୩ ଟି କୁଡ଼ୁଆରେ ରଖି ଏହାକୁ ମହାପ୍ରଭୁଙ୍କ ରଥ ନିତକଟରେ ଭୋଗ କରାଯାଏ।

ବର୍ଷକରେ ଗୋଟିଏ ଥର ଏହି ଭୋଗ ହେଉଥିବାରୁ ଏହାର ବ୍ୟବସାୟୀ କରଣ ଅର୍ଥାତ୍ ପୋଡ଼ପିଠା ବିକ୍ରୀ କରାଯାଏ ନାହିଁ। ବାହୁଡ଼ା ଯାତ୍ରାରେ ଫେରିବା ବେଳେ ତିନି ରଥ ମାଉସୀମା ମନ୍ଦିର ନିକଟରେ ଅଟକିଯାଏ। ପ୍ରତି ରଥ ପାଖରେ କୁଡୁଆରେ ପୋଡ଼ପିଠା ଲାଗି ହୋଇଥାଏ। ଏହା ପରେ ଭୋଗ ହୋଇଥିବା ଏହି ପିଠାକୁ ଭକ୍ତଙ୍କ ମଧ୍ୟରେ ବଣ୍ଟନ କରାଯାଏ।

 

Leave A Reply

Your email address will not be published.