ଭୁବନେଶ୍ୱର: ରିଲିଜ୍ ହେଲା ବହୁପ୍ରତୀକ୍ଷିତ ଓଡ଼ିଆ ସିନେମା ‘ଛବିରାଣୀ’। ଓଡ଼ିଶାର ୩୬ଟି ସିନେମା ହଲରେ ଗୁରୁବାର ରିଲିଜ୍ ହୋଇଥିବା ଏହି ସିନେମାଟି ଅଶି ଦଶକର ଲୋମଟାଙ୍କୁରା ସତ୍ୟଘଟଣା ଛବିରାଣୀ ହତ୍ୟାକାଣ୍ଡ ଉପରେ ଆଧାରିତ ।
ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଓଲିଉଡର ଆଗଧାଡ଼ିର ଚଳଚ୍ଚିତ୍ର ନିର୍ଦ୍ଦେଶକ ବବି ଇସଲାମ୍ ଓ ବୁଦ୍ଧଦେବ ସାହୁ, ମନୋରମା ମହାପାତ୍ର ଏବଂ ବୀରେନ୍ ମହାପାତ୍ର ଏହାର ପ୍ରଯୋଜନା କରିଥିବା ଜଣାପଡ଼ିଛି ।
ଡ଼ ଶଙ୍କର ତ୍ରିପାଠୀ ଏବଂ ହୃଦାନନ୍ଦ ସାହୁ ଏହାର ସଂଳାପ ରଚନା କରିଥିବା ବେଳେ ପ୍ରେମ ଆନନ୍ଦ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ।
ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅମନ୍,ଚନ୍ଦ୍ରାଣୀ,ସିଦ୍ଧାନ୍ତ,ଅନୁ ଚୌଧୁରୀ ,ବାବୁ ପ୍ରଧାନ, ସନ୍ଦୀପ ପାଣି,ମିଟୁ ମିଥୁନ ଓ ମିହିର ଦାସ ପ୍ରମୁଖ ଅଭିନୟ କରିଛନ୍ତି ।
ଗୋଟିଏ ସମୟରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ହିଟ ଯୋଡି ସିଦ୍ଧାନ୍ତ-ଅନୁଙ୍କ ଯୋଡ଼ିକୁ ପୁଣିଥରେ ଏହି ସିନେମାରେ ଦେଖିବାକୁ ମିଳିବ।
Comments are closed.