Latest Odisha News

BREAKING NEWS

ରିଲିଜ ହେଲା ଓଡିଆ ଫିଲ୍ମ ‘ଫ୍ରମ୍ ମି ଟୁ ୟୁ’…

ଭୁବନେଶ୍ୱର: ବହୁ ଦିନର ଅପେକ୍ଷା ପରେ ଜ୍ୟୋତି ଓ ଅମ୍ଲାନଙ୍କ ଅଭିନିତ ଓଡିଆ ଫିଲ୍ମ ‘ଫ୍ରମ୍ ମି ଟୁ ୟୁ’ ସିନେମା ହଲ୍ରେ ମୁକ୍ତିଲାଭ କରିଛି ।

ଏହି ଫିଲ୍ମଟିରେ ତ୍ରିକୋଣୀୟ ପ୍ରେମ କାହାଣୀ ଦର୍ଶକଙ୍କୁ ଭରପୂର ମନୋରଞ୍ଜନର ଖୋରାକ ଯୋଗାଇବ । ଜ୍ୟୋତି ଓ ଅମ୍ଲାନଙ୍କ ସହ ସ୍କ୍ରିନ୍ ଶେୟାର କରିଛନ୍ତି ଚୁଲବୁଲି ନାୟିକା ଶ୍ରଦ୍ଧା । ଏହାବ୍ୟତିତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି ବିଜୟ ମହାନ୍ତି ।

‘ଫ୍ରମ୍ ମି ଟୁ ୟୁ’ ଚଳଚ୍ଚିତ୍ରରେ କାହାଣୀ, ଚିତ୍ରନାଟ୍ୟ, ନିର୍ଦ୍ଦେଶନା ଦେଇଛନ୍ତି ହେମନ୍ତ ସାହୁ । ଚିତ୍ରୋତ୍ତୋଳନ ସୀତାଂଶୁ ମହାପାତ୍ର କରିଥିବା ବେଳେ ସଙ୍ଗୀତ ଭାର ସମ୍ଭାଳିଛନ୍ତି ପ୍ରେମ୍ ଆନନ୍ଦ ।

ରୀସ୍ତା ୱେଭସ୍ ଇଣ୍ଟରଟେନମେଣ୍ଟ୍ ଦ୍ୱାରା ନିବେଦିତ ଏହି ଚଳଚ୍ଚିତ୍ରର ସମ୍ପାଦନା ସୁକୁମାର ମଣି କରିଥିବା ବେଳେ କାର୍ଯ୍ୟକାରୀ ପ୍ରଯୋଜକ ରହିଛନ୍ତି ରାଜେଶ ମହାନ୍ତି ।

ଏହାକୁ ନେଇ ଓଡିଆ ସିନେପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।

ସେହିପରି ଫ୍ରାଇଡେ ରିଲିଜରେ ମୁକ୍ତିଲାଭ କରିଛି ଅନ୍ୟତମ ଓଡିଆ ଚଳଚ୍ଚିତ୍ର ‘ବାଳ’ ।

Leave A Reply

Your email address will not be published.