Latest Odisha News

BREAKING NEWS

ଘୁଞ୍ଚିଲା ଭୁବନେଶ୍ୱର ବିମାନବନ୍ଦର ରନୱେର ମରାମତି ସମୟ, ବନ୍ଦ ହେବନି ରାତ୍ରୀକାଳିନ ସେବା

ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରେ ହେବାକୁ ଥିବା ରନୱେର ରି-କାର୍ପେଟିଂ ସମୟକୁ କ୍ରମଶଃ ଘୁଞ୍ଚାଇ ଦିଆଯାଇଥିବା ଯୋଗୁଁ ଏହାର ରାତ୍ରୀକାଳୀନ ସେବା ଜାରି ରହିବ ବୋଲି କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି ।

ଏୟାରପୋର୍ଟର ନିର୍ଦ୍ଦେଶକ ସୁରେଶ ହୋତା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ରି-କାର୍ପେଟିଂର ସମୟ ନଭେମ୍ବର ୧ ପରିବର୍ତ୍ତେ ଡିସେମ୍ବର ୧ରୁ ଆରମ୍ଭ କରାଯିବ । ତେବେ ଏହି ସ୍ଥଗିତାଦେଶ ନେଇ ସେ କୌଣସି ସ୍ପଷ୍ଟ ସୂଚନା ଦେଇନାହାଁନ୍ତି ।

ପୂର୍ବରୁ ଘୋଷଣା କରାଯାଇଥିବା କାର୍ଯ୍ୟସୂଚୀ ଅନୁସାରେ ୨୦୨୦ ମସିହା ସେପ୍ଟେମ୍ବର ୩୧ ତାରିଖ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ୩୦ମି. ଯାଏଁ ରି-କାର୍ପେଟିଂ କାମ କରାଯିବ । ପରେ ଆଗାମୀ ୩ମାସ ଯାଏଁ ଏହି କାମ ସକାଳ ୧୦ଟା ୩୦ମି. ସନ୍ଧ୍ୟା ୬ଟା ଯାଏଁ ଚାଲିବ । ଏହା ଫଳରେ ବିମାନ ଉଡାଣ ସଞ୍ଚାଳନ କୌଣସି ପ୍ରକାର ପ୍ରଭାବିତ ହେବ ନାହିଁ ବୋଲି ଶ୍ରୀ ହୋତା ପ୍ରକାଶ କରିଥିଲେ ।

Leave A Reply

Your email address will not be published.