Latest Odisha News

BREAKING NEWS

ଓଡିଆ ଫିଲ୍ମ ‘କ୍ରାନ୍ତିଧାରା’କୁ ମିଳିବ ‘ଏସିଆନ୍ ଏକ୍ସଲେନ୍ସି ପୁରସ୍କାର’

ଭୁବନେଶ୍ୱର: ସମ୍ମାନପ୍ରଦ ‘ଏସିଆନ୍ ଏକ୍ସଲେନ୍ସି ଆୱାର୍ଡ’ ଲାଗି ମନୋନୀତ ହୋଇଛି ଓଡିଆ ଫିଚର୍ ଧର୍ମୀ ଫିଲ୍ମ ‘କ୍ରାନ୍ତିଧାରା’ । ସିଓଲ୍ ଇଣ୍ଟରନେସନାଲ୍ ୟୁଥ୍ ଫିଲ୍ମ ଫେଷ୍ଟିଭାଲରେ ଏହି ଚଳଚ୍ଚିତ୍ରକୁ ପୁରସ୍କୃତ କରାଯିବ ।

ଚଳଚ୍ଚିତ୍ରର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ ଏହି ପୁରସ୍କାର ଗ୍ରହଣ କରିବେ ବୋଲି ଜଣାପଡିଛି।

ଅଚ୍ୟୁତ୍ ସାମନ୍ତଙ୍କ ନିବେଦିତ ‘କାଦମ୍ବିନୀ ମିଡିଆ’ ଏହାର ପ୍ରଯୋଜନା ଦାୟିତ୍ୱ ନିର୍ବାହ କରିଥିବା ବେଳେ ଫିଲ୍ମଟି ଡ. ଇତି ସାମନ୍ତଙ୍କ ‘ଝଡ ପରର ସୂର୍ଯ୍ୟ’ ଗଳ୍ପ ଉପରେ ଆଧାରିତ ।

ଏହାକୁ ନେଇ ଓଡିଆ ସିନେପ୍ରେମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

Comments are closed.