Latest Odisha News

BREAKING NEWS

‘ସାରଳା ସମ୍ମାନ’ ଲାଗି ମନୋନୀତ ହେଲେ ପ୍ରତିଭା ରାୟ

କଟକ: ପ୍ରସିଦ୍ଧ ଓଡିଆ ଲେଖିକା ପଦ୍ମଶ୍ରୀ ପ୍ରତିଭା ରାୟ ମର୍ଯ୍ୟାଦାଜନକ ‘ସାରଳା ସମ୍ମାନ’ ୨୦୧୮ ଲାଗି ମନୋନୀତ ହୋଇଛନ୍ତି ।

ସୂଚନାନୁଯାୟୀ ଆସନ୍ତା ଡିସେମ୍ବର ୮ ତାରିଖରେ ସାରଳା ଭବନରେ ଆୟୋଜିତ ସାରଳା ସାହିତ୍ୟ ସଂସଦର ୩୮ତମ ବାର୍ଷିକ ଉତ୍ସବରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । ଏପରିକି ମୁଖ୍ୟ ଅତିଥି ଭାବେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ପ୍ରତିଭା ରାୟଙ୍କୁ ଏହି ସମ୍ମାନ ପ୍ରଦାନ କରିବେ ।

ଉଲ୍ଲେଖଯୋଗ୍ୟ, ପ୍ରଥିତଯଶା ସାହିତ୍ୟିକା ପ୍ରତିଭା ରାୟ ୨୦୧୧ ମସିହାରେ ପ୍ରଥମ ଓଡିଆ ମହିଳା ଓ ଚତୁର୍ଥ ଓଡିଆ ଭାବେ ଜ୍ଞାନପୀଠ ସମ୍ମାନ ଲାଭ କରିଥିଲେ । ସେ ତାଙ୍କର ଚର୍ଚ୍ଚିତ ଉପନ୍ୟାସ ‘ଯାଜ୍ଞସେନୀ’ ନିମନ୍ତେ ମଧ୍ୟ ୧୯୯୧ ମସିହାରେ ଭାରତୀୟ ଜ୍ଞାନପୀଠ ସଂସ୍ଥା ପକ୍ଷରୁ ପ୍ରଥମ ଓଡିଆ ମହିଳା ଭାବେ ‘ଜାତୀୟ ମୂର୍ତ୍ତିଦେବୀ’ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

ସାହିତ୍ୟିକା ପ୍ରତିଭା ରାୟ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ବାଲିକୁଦାରେ ଜନ୍ମଗ୍ରହଣ କରିଥିଲେ । ସେ ଜଣାଶୁଣା ଗାନ୍ଧୀବାଦୀ ତଥା କବି ପର୍ଶୁରାମ ଦାସଙ୍କ କନ୍ୟା । ଏଥିସହିତ ତାଙ୍କର ପ୍ରଥମ ଉପନ୍ୟାସ ‘ବର୍ଷା ବସନ୍ତ ବୈଶାଖ’ ୧୯୭୪ ମସିହାରେ ପ୍ରକାଶିତ ହୋଇଥିଲା ।

ଅନ୍ୟ ସାହିତ୍ୟିକ କୃତି ମଧ୍ୟରେ ରହିଛି- ‘ବର୍ଷା ବସନ୍ତ ବୈଶାଖ’ (୧୯୭୪), ଅରଣ୍ୟ (୧୯୭୭), ନିଷିଦ୍ଧ ପୃଥ୍ୱୀବି (୧୯୭୮), ପରିଚୟ (୧୯୭୯), ଅପରିଚିତ (୧୯୭୯), ପୁଣ୍ୟତୋୟା (୧୯୭୯), ମେଘମେଦୁର (୧୯୮୦), ଆଶାବାରି (୧୯୮୦), ଅୟମାରମ୍ଭ (୧୯୮୧), ନୀଳତୃଷ୍ଣା (୧୯୮୧), ଏବଂ ସମୁଦ୍ରର ସ୍ୱର (୧୯୮୨) ମସିହାରେ ପ୍ରକାଶ ପାଇଥିଲା ।

Leave A Reply

Your email address will not be published.